ନାଗସାପ ତୁଳନାରେ ମଶା ଶହେଗୁଣ ଅଧିକ ପ୍ରତିଶୋଧ ପରାୟଣ

ମଶାମାନେ ବି ମଣିଷଙ୍କ ପରି ପ୍ରତିଶୋଧ ନେଇପାରନ୍ତି ବୋଲି ସଦ୍ୟ ବୈଜ୍ଞାନିକମାନେ କରିଥିବା ଏକ ଗବେଷଣାରୁ ଜଣାଯାଇଛି । ମଶାମାନେ ତାଙ୍କୁ ମାରିବାକୁ ଗୋଡ଼ାଉଥିବା ଲୋକମାନଙ୍କୁ ବାରମ୍ବାର କାମୁଡ଼ିଥାନ୍ତି । ଏହି ଗବେଷଣାଟି ଭର୍ଜିନିୟା ବିଶ୍ୱ ବିଦ୍ୟାଳୟର ଗବେଷକମାନେ କରିଛନ୍ତି। ଯେଉଁ ଲୋକଙ୍କର ରକ୍ତରେ ଶର୍କରା ଅଧିକ ଥାଏ ସେମାନଙ୍କୁ ମଶା ବେଶୀ କାମୁଡ଼ନ୍ତି। ଏହା ସହିତ ଅଧିକ ପରିଶ୍ରମ କରୁଥିବା ଲୋକଙ୍କର ଝାଳରେ ଲାକଫିକ୍‌ ଏସିଡ୍‌ ୟୁରିକ୍‌ ଏସିଡ୍‌ ଓ ଆମୋନିଆ ଅଧିକ ରହିଥିବାରୁ ମଶାମାନେ ସେମାନଙ୍କର ଗନ୍ଧ ପ୍ରତି ଆକର୍ଷିତ ହୋଇଥାନ୍ତି । ମଶା ମାରୁଥିବା ଲୋକଙ୍କର ଶରୀରର ଗନ୍ଧ ମଶାର ମସ୍ତିଷ୍କ ଭିତରେ ରେକର୍ଡ ହୋଇ ରହିଥାଏ । ଏହା ତା ଦେହରୁ ତାର ସାଥୀ ଦେହକୁ ସ୍ଥାନାନ୍ତର ହୋଇଥାଏ । ତେଣୁ ସାମୂହିକ ଭାବେ ମା ଉକ୍ତ ଲୋକକୁ ବେଶୀ କାମୁଡ଼ିବାକୁ ଗୋଡ଼ାନ୍ତି । କୁହାଯାଇଛି ନାଗସାପ ତୁଳନାରେ ମଶା ଶହେଗୁଣ ଅଧିକ ପ୍ରତିଶୋଧ ପରାୟଣ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ