ନାଗାଲାଣ୍ଡରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ

କୋହିମା: ଦେଶର ଉତ୍ତର ପୂର୍ବ ରାଜ୍ୟ ନାଗାଲାଣ୍ଡରେ ପ୍ରଥମ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ତେବେ ରାଜ୍ୟରେ ଏହା ପ୍ରଥମ ଘଟଣା ବୋଲି ସୋମବାର ଅଧିକାରୀମାନେ ସୂଚନା ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରେ କୋରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ଆସାମର ଗୁଆହାଟୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ତାଙ୍କ ନମୁନା ପରୀକ୍ଷା ପରେ ସେ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ଆସାମର ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ମଧ୍ୟ ଟୁଇଟ କରି କହିଛନ୍ତି, ଜଣେ ବ୍ୟକ୍ତିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ଦିମାପୁରର ଏକ ଘରୋଇ ହସ୍ପିଟାଲରୁ ଗୁଆହାଟୀ ମେଡିକାଲ କଲେଜକୁ ରେଫର କରାଯାଇଥିଲା। ତେବେ ବ୍ୟକ୍ତି ଜଣଙ୍କର ନିଜାମୁଦ୍ଦିନ ମରକଜ ସହ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ବ୍ୟକ୍ତି ଜଣଙ୍କ ପ୍ରଥମେ କୋହିମାର ଯେଉଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତା’ର ଆଖପାଖ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ