ନାଗା ତୋଟା ରେ ବୃଦ୍ଧାଆଶ୍ରମ ଶୁଭାରମ୍ଭ ନେଇ ଭିତି ପ୍ରସ୍ତର ଶିଳାନ୍ୟାସ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ସଢା ପଞ୍ଚାୟତ ନାଗାତୋଟା ଠାରେ ଆଜି ପ୍ରାଣବଲ୍ଲଭ ମଲିକ (ବଲିବାବୁ) ଙ୍କ ୯୦ତମ ଜନ୍ମ ଦିନଅବସର ରେ ବୃଦ୍ଧା ଆଶ୍ରମ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଆଶ୍ରମ ରେ ବୃଦ୍ଧା ଲୋକଙ୍କୁ ଭଲରେ ରଖିବା ଉଦ୍ଦେଶ୍ୟ ରେ ଏକ ଜରା ନିବାସ ତିଆରି କରିବା ନେଇ ନାରାୟଣ ଚନ୍ଦ୍ର ମଲ୍ଲିକ ଙ୍କ ଫାର୍ମ ହାଉସ ରେ ଆଜି ପ୍ରାଣ ବଲଭ ମଲିକଙ୍କ ନାତି ବିଶ୍ୱଜିତ୍ ମଲିକ (ଜିତୁ) ଙ୍କ ର କନ୍ୟା ଜିଜ୍ଞାସା ମଲିକ୍ ନାମରେ ଏକ ଟ୍ରଷ୍ଟ ଗଠନକୁ ପ୍ରାଣ ବଲ୍ଲଭ ମଲିକ୍ ଶୁଭ ଉଦଘାଟନ କରିଥିଲେ । ପରେ ତାଙ୍କ ପୈତୃକ ଗ୍ରାମ ନାଗା ତୋଟା ରେ ୨୦୦୦ ବୃଦ୍ଧା ଲୋକଙ୍କୁ କମ୍ବଳ ବାଣ୍ଟିବା ସହ ଭୋଜନ ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସିନେ ଅଭିନେତ୍ରୀ ପ୍ରିୟା ଚୌଧୁରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ମାୟାଧର ଜେନା,ହଦଗଡ଼ ରେଞ୍ଜର ସୁମିତ୍ ମହାନ୍ତି , ସଢା ସରପଞ୍ଚ ସଗରିକା ଜେନା, ଜମ୍ଭୀରା ସରପଞ୍ଚ ଘନଶ୍ୟାମ ମଲିକ୍ ପଣ୍ଡାଡୋ ସରପଞ୍ଚ ସସ୍ମିତା ଓଝା ପ୍ରମୁଖ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବଉଳା ପ୍ରାଧ୍ୟାପକ ଫକିର ଚରଣ ଶଙ୍ଖୁଆ ଯୋଗଦେଇ ପ୍ରାଣବଲ୍ଲବଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିଳ୍ପ ପତି ଅଲେଖ ଚନ୍ଦ୍ର ମଲିକ୍ , ଶଙ୍କର୍ସଣ ମଲିକ୍, ନଟବର ମଲିକ୍ ରହିଥିବା ବେଳେ ପ୍ରାଣ ବଲଭ୍ ମଲିକ୍ ଙ୍କ ନାତି ବିଶ୍ଵନାଥ ମଲିକ୍ (ଜିତୁ) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଢା, ଜମ୍ବୀରା, ଢେଙ୍କା ଗ୍ରାମର ଅନେକ ଯୁବବର୍ଗ ଯୋଗ ଦେଇଥିଲେ।