ନାଗ ସାପ ଉଦ୍ଧାର

ଦିଗପହଣ୍ଡି (ଯୁଗାବ୍ଦ ନ୍ୟୁଜ୍)- ଆସିକା ମୁଖ୍ୟ ରାସ୍ତାର ରାଜପୁର ଗ୍ରାମ ଛକ ନିକଟରେ ରହିଥିବା ଏକ ଦୋକାନ ଘର ସ୍କାଏ-ଲାଇଟରୁ ବୁଧବାର ଅପରାହ୍ନରେ ଏକ ନାଗ ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ନାଗ ସାପଟି ପ୍ରାୟ ୨ ମାସର ଶାବକ ହୋଇଥିବା ବେଳେ ଫିମେଲ୍ କୋଟାଗୋରୀ ବୋଲି ଜଣାଯାଇଛି । ଉଦ୍ଧାର ପରେ ସାପଟିକୁ ଦିଗପହଣ୍ଡି ସହର ଉପକଣ୍ଠରେ ରହିଥିବା ଚାଙ୍ଗୁଡିଦେଇ ଜଙ୍ଗଲରେ ଛାଡିଦିଆଯାଇଛି । ସୂଚନା ଥାଉକି, ଦେବରାଜ ସାହୁ ନାମକ ଜନୈକ ବ୍ୟକ୍ତିଙ୍କ ଦୋକାନ ଘର ସ୍କାଏ-ଲାଇଟ୍ ରେ ଏକ ଛୋଟ ନାଗ ସାପ ଫଶିଯାଇଥିବା ଦେଖିବାକୁ ପାଇଥିଲେ । ପରେ ଖବର ପାଇ ପିଏଫ୍ଏ (ପିଫୁଲ୍ ଫର୍ ଆନିମଲ୍ ସଂସ୍ଥା)ର ସ୍ୱେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀ, ଶୁଭମ୍ କୁମାର ସାହୁ ଏବଂ ଶ୍ରୀକାନ୍ତ ସାହୁ ପହଞ୍ଚି ସାପଟିକୁ କୌଶଳ କ୍ରମେ ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ