ନାଗ ସାପ ଛୁଆ ଉଦ୍ଧାର

ଦିଗପହଣ୍ଡି, (ସମ୍ଭବ ତ୍ରିପାଠୀ) :- ଦିଗପହଣ୍ଡି ବ୍ଲକ ଅଧିନସ୍ଥ କୁଶପଡାଗାଁ ମଝି ସାହିର ଏସ.ରାଜେନ୍ଦ୍ର ଦୋରାଙ୍କ ଘରୁ ରବିବାର ସନ୍ଧ୍ୟାରେ ଏକ ନାଗସାପ ଛୁଆ ଉଦ୍ଧାର ହୋଇଛି । ରାଜେନ୍ଦ୍ରଙ୍କ ଘରେ ନାଗ ସାପ ଛୁଆଟି ଘର ଦ୍ୱାର ବନ୍ଧରେ ରହିଯାଇଥିବା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ, ଖବର ପାଇ ପ୍ରକୃତିବନ୍ଧୁ ସମୀରକାନ୍ତ ତ୍ରିପାଠୀ ପହଞ୍ଚି ସାପଟିକୁ କୌଶଳ କ୍ରମେ ଉଦ୍ଧାର କରିଛନ୍ତି । ଉଦ୍ଧାର ସାପଟି ପ୍ରାୟ ଦେଢ଼ ଫୁଟ ରହିଥିବା ବେଳେ ଏହା ମେଲ କେଟାଗୋରୀ ବୋଲି ଜଣାପଡ଼ିଛି । ପରେ ଏହାକୁ ନିକଟସ୍ଥ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଛାଡି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ