ନାଚ ମାଧ୍ୟମରେ ସଚେତନ କଲେ, ମାସ୍କ, ସାନିଟେସନ ବାଣ୍ଟିଲେ

ଭୁବନେଶ୍ୱର : ବିଶ୍ୱରେ ଦେଖା ଦେଇଥିବା କୋରନା ମହାମାରୀକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଏକାଠି ହୋଇଥିବା ବେଳେ ଭାରତରେ ମଧ୍ୟ ବହୁ ମାତ୍ରାରେ କୋରନା ମହାମାରୀରୁ ବଞ୍ôଚବା ପାଇଁ ବିଭିନ୍ନ ସଂଗଠନ ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ ଓଡ଼ିଶାରେ ଦୁଇଟି କୋରନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶାବାସୀ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏସବୁର ମୁକାବିଲା ପାଇଁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନରଙ୍କ ନେତୃତ୍ୱରେ ଆଜି ବହୁ କିନ୍ନରମାନେ ହାତରେ ପ୍ଲାକାର୍ଡ଼ ଧରି, ମୁହଁରେ ମାସ୍କ ପିନ୍ଧି ରେଲ୍‌ୱେ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ଅଟୋଚାଳକ, ପଥଚାରୀ ଓ ଦୋକାନୀମାନଙ୍କୁ ସଚେତନ କରାଇବା ସହ ମାଗଣାରେ ମାସ୍କ ଓ ସାନିଟେସନ ବାଣ୍ଟିଥିଲେ । ଏଠାରେ ପ୍ରକାଶ ଥାଉକି କିନ୍ନରମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ନିର୍ଯ୍ୟାତନା ଦିଆଯାଉଥିବା ବେଳେ ଆଜି ଟିଜି ସୁରକ୍ଷା ଟ୍ରଷ୍ଟର ଏ ପ୍ରକାର ଉଦ୍ୟମକୁ ସାଧାରଣରେ ପ୍ରଶଂସା କରିବା ସହିତ ଏହି ଅଭିଯାନକୁ ଜାରି ରଖିବା ପାଇଁ ଲୋକମାନେ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କିନ୍ନରମାନେ ଉପାର୍ଜନ କରିଥିବା ନିଜ ଅର୍ଥରୁ ମାସ୍କ ଓ ସାନିଟେସନ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଲୋକମାନଙ୍କୁ ପ୍ରଦାନ କରିବା ଥିଲା ଏକ ନିଆରା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଯୋଗ ଦେଇ କିନ୍ନରମାନଙ୍କ ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇବା ସହ ସହଯୋଗର ହାତ ବଢାଇଥିଲେ । ଏଥିରେ ବଂଶିକା କିନ୍ନର, ପୂଜା କିନ୍ନର, ଆରୋହୀ କିନ୍ନର, ଶୁଭ କିନ୍ନର, ପ୍ରିୟଙ୍କା କିନ୍ନର, ଯମୁନା କିନ୍ନର, ପାୟଲ କିନ୍ନର ପ୍ରମୁଖ ଲୋକମାନଙ୍କ ମୁହଁରେ ମାସ୍କ, ହାତ ଧୋଇବା ପାଇଁ ସାବୁନ ଓ ହାତକୁ ପରିଷ୍କାର ରଖିବା ପାଇଁ ହ୍ୟାଣ୍ଡ ୱାସ୍ ପ୍ରଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଗାଳିକନ୍ଦି, ସାହିବସ୍ତି, ହାଟ ଓ ବଜାର ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ମେନକା କିନ୍ନର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ