ନାଟକ ଓ ସଂସ୍କୃତିର ଅନୁଷ୍ଠାନ କଳାକାର ରାଜ୍ୟସ୍ତରୀୟ ଶିଶୁନାଟକ ମହୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ, ରାଣୀପାଟଣା, ବାଲେଶ୍ୱରକୁ ରୋପ୍ୟଜୟନ୍ତୀ ସମ୍ମାନ ବାଲେଶ୍ୱରର ଯଶସ୍ଵୀ ଶିକ୍ଷାନୁଷ୍ଠନ !ଭିନ୍ନକ୍ଷମ ସେବାରେ ଲକ୍ଷ୍ୟନେ଼ଇ ୧୯୯୦ ମସିହାରେ ପ୍ରତିଷ୍ଠିତ, ୧୯୯୨ ମସିହାରେ ପଞ୍ଜିକୃତ ‘ ଦି – ୱେଲଫେୟର ‘ ସଂସ୍ଥାର ସନ୍ତାନ ଭାବରେ ଆପଣଙ୍କ ଜନ୍ମ ୨୦୦୨ ମସିହାରେ ହେଇଥିଲେ ମଧ୍ଯ ଏ ୨୩ ବର୍ଷର ଯାତ୍ରା ବେଶ୍ ଉଦ୍ଦିପକ, ରୋମାଞ୍ଚକର ଓ କ୍ଷିପ୍ର l ୧୯୯୯ ମସିହାରୁ କଳାକାର ଅନୁଷ୍ଠାନ ଶିଶୁନାଟକ ମହୋତ୍ସବର ଆୟୋଜନ କରି ଆସୁଥିବା ବେଳେ ସେତେବେଳର ସମ୍ପାଦକ ଓ ବର୍ତ୍ତମାନର ସଭାପତି ସୁରଞ୍ଜନ ଦାସମହାପାତ୍ରଙ୍କ ପ୍ରେରଣାରେ, ଦୃଷ୍ଟିବାଧିତ ଛାତ୍ର ଛାତ୍ରୀ ଯେ ନାଟକ ମଂଚନ କରିପାରିବେ ତାହା ବାଲେଶ୍ବରବାସୀ ହୃଦବୋଧ କରିଥଲେ। ଦୃଷ୍ଟହିନ ନିମନ୍ତେ ବିଦ୍ୟାଳୟ ର ପ୍ରଯୋଜିତ ପ୍ରଥମ ନାଟକ ‘ ମୁଖା ‘ ର ମଂଚରୂପ ଦେଖି ୨୦୦୩ ମସିହାରେ। ସେଇ ବର୍ଷଠୁଁ ୨୦ଟି ନାଟକ ଭେଟି ଦେଇଛନ୍ତି ସାଉଁଟି ପାରିଛନ୍ତି ଶ୍ରେଷ୍ଠ ପ୍ରଯୋଜନା – ୨ଟି, ୨ୟ ଶ୍ରେଷ୍ଠ ପ୍ରଯୋଜନା – ୫ଟି, ୩ୟ ଶ୍ରେଷ୍ଠ ପ୍ରଯୋଜନା – ୧ଟି, ଶ୍ରେଷ୍ଠ ନିର୍ଦ୍ଦେଶନା -୧ଟି ତଥା ଅନେକ ଅଭିନେତା, ଅଭିନେତ୍ରୀଙ୍କ ପାଇଁ ପୁରସ୍କାରର ପୁଷ୍ପଗୁଚ୍ଚ। ସର୍ବୋପରି ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ଦିବାକର ସ ଙ୍କୁ ଏଥିପାଇଁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷକ ଅଭିରାମ ସାବତ, ସୁନୀଲ କୁମାର ବିଶ୍ବାଳ,ଜଗତଜିତ୍ କୁମାର ପତି ଓ ଲକ୍ଷ୍ମୀଧର ପଣ୍ଡା,ଗୀତାଞ୍ଜଳି ପ୍ରଧାନ ପ୍ରମୁଖଙ୍କ ଆନ୍ତରିକ ଉଦ୍ୟମ ଦୃଷ୍ଟିହୀନ ବିଦ୍ୟାଳୟକୁ ଆଣିଦେଇଛି ନାଟକ କ୍ଷେତ୍ରରେ ଅନେକ ସଫଳତା ଓ ସେଇଥିପାଇଁ ‘ କଳାକାର ‘ ଦୃଷ୍ଟିହୀନ ବିଦ୍ୟାଳୟ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ଅନୁଷ୍ଠାନକୁ ‘ରୋପ୍ୟଜୟନ୍ତୀ ସମ୍ମାନ’ ରେ ସମ୍ମାନିତ କରି ଗର୍ବ ଅନୁଭବ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ପ୍ରଗତି କାମନା କରିଛି।ଚଳିତ ବର୍ଷ କଳାକାରର ରୌପ୍ୟଜୟନ୍ତୀ ତଥା ରାଜ୍ୟସ୍ତରୀୟ ଶିଶୁନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅଭିନୀତ ଶିକ୍ଷକ ସୁନୀଲ କୁମାର ବିଶ୍ବାଳଙ୍କ ରଚିତ ପଦ୍ମିନୀ କହୁଛି କାହାଣୀ ମଞ୍ଚସ୍ଥ ହୋଇଥିଲା। ଏଥିରେ ଶ୍ରେଷ୍ଠ ଅଭିନେତା ଗରୁଭା ସିଂ,ହାସ୍ୟାଭିନେତା ଦୁର୍ଗା ଶଙ୍କର ବାରିକ ଓ ଶ୍ରେଷ୍ଠ ପ୍ରଚ୍ଛଦ ପଟ ଗାଇକା ଭାବରେ ସ୍ମୃତିରେଖା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା।