ନାଟକ ପରିବେଷଣବେଳେ ଜୀବନ୍ତ ବନ୍ୟପ୍ରାଣକୁ ଝୁଣି ଖାଇଲେ ରାକ୍ଷାସ ଅଭିନୟ କାରୀ ସାପକୁ ଧରି ନାଟ ମଣ୍ଡପରେ ଅଭିନୟ କଲେ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବନ୍ୟପ୍ରାଣୀ ଶୀକାର ଓ ଯାତ୍ରା କିମ୍ବା ନାଟକ ଅଭିନୟରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ଏବଂ ବନ୍ୟପ୍ରାଣୀକୁ ନେଇ ନାଟକ ପରିବେଷଣ କରିବା ଏକ ଦଣ୍ଡନୀୟ ଅପରାଧ। ଏଥି ପାଇଁ ସରକାରଙ୍କ ନିୟମ ରହିଛି। ହେଲେ ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଏବଂ ପ୍ରଶାସନର ନିୟମକୁ ଖୋଲାଖୋଲି ଉଲଂଘନ କରି ନାଟକ ପରିବେଷଣ କରିବା ସମୟରେ ବନ୍ୟପ୍ରାଣୀ ଶୀକାର ସହ ଖେଳ ପ୍ରଦର୍ଶନ କରୁଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଦେଖିବାକୁ ମିଳିଛି। ରବିବାର ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମର କାଞ୍ଜିଅଁଳା ଯାତ୍ରା ଶୁଭାରମ୍ଭ ହୋଇଥିଲା। ଯାତ୍ରାତ୍ସୋବ ସକାଶେ ସଂପୃକ୍ତ ଗ୍ରାମରେ ଚିକିଲି ଦଳ ପକ୍ଷରୁ ପୈରାଣିକ ରାମାୟଣ ନାଟକ ମଞ୍ଚସ୍ଥ କରାଯାଇଥିଲା। ନାକଟ ପରିବେଷଣ ସମୟରେ ରାକ୍ଷାସ ଅଭିନୟ କରୁଥିବା କିଛି ଅଭିନେତା ନାଟ ମଣ୍ଡପରେ ଏକ ଜୀଅନ୍ତା ଘୁଷୁରୀକୁ ବାନ୍ଧି ଝୁଣି ଝୁଣି ଭକ୍ଷଣ କରୁଥିବା ଭଳି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସେହିପରି ବାଳୀ ଓ ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା ୨ ଅଭିନେତା ନାଟ ମଣ୍ଡପରେ ୨ଟି ସାପକୁ ଧରି ଖେଳାଉଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ନାଟକ ପରିବେଷଣ ସମୟରେ ଚାଲିଥିବା ବେଳେ କେହି ମଧ୍ୟ ଏହାକୁ ବିରୋଧ କରିନଥିବା ଜଣାପଡିଛି। ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ସଂପୃକ୍ତ ଗ୍ରାମର ଯାତ୍ରା କମିଟି ସଦସ୍ୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଯୋଜନା ରହିଥିବା ଜଣାପଡିଛି। ଘଟଣା ନେଇ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନଥିଲା।