ନାଟେଙ୍ଗାରେ ବିଜେଡି ର ବିଜୟ ଶୋଭାଯାତ୍ରା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ପରିମାଣରେ ବିଜୟୀ ହୋଇଛି ।ବେଲଗୁଣ୍ଠା ବ୍ଲକ ମଧ୍ୟ ବିଜେଡି ଦଖଲରେ । ଏହି ଅବସରରେ ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟେଙ୍ଗା ପଞ୍ଚାୟତରେ ବିଜେଡି ର ସରପଞ୍ଚ, ସମିତି ସଭ୍ୟ ବିଜୟ ଶୋଭାଯାତ୍ରା କରିଛନ୍ତି । ଏହି ପଞ୍ଚାୟତଟି ଗତ ପନ୍ଦର ବର୍ଷ ହେଲା ଅଣବିଜେଡି ଗଡ଼ ରୁପେ ପରିଚିତ ଥିଲା । କିନ୍ତୁ ଏହି ନିର୍ବାଚନ ପୁର୍ବରୁ ବିଜେପି ନେତା ଦେବନ୍ଦ୍ର ଗୌଡ ବିଜେଡି ରେ ଯୋଗଦାନ ପରେ ବିଜେଡି ନାଟେଙ୍ଗା ପଞ୍ଚାୟତରେ ବିପୁଳ ବିଜୟ ହାସଲ କରି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୁପ୍ରଭା ଗୌଡ ସରପଞ୍ଚ ଭାବେ ଓ ସମିତି ସଭ୍ୟ ଭାବେ ରାଜୀବ ଲୋଚନ ନାଇକ ନିର୍ବାଚିତ ହୋଇଥିଲେ । ଆଜି ସେମାନଙ୍କ ଏକ ବିଜୟ ଶୋଭାଯାତ୍ରା ଆୟୋଜିତ ହୋଇ ନବନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ବେଲଗୁଣ୍ଠା ବ୍ଲକ ବିଜେଡି ସଭାପତି ତଥା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ନାଟେଙ୍ଗା, ଶିଖରପୁର, କଇଠପଲ୍ଲୀ, ବାଲି ଭାଗ, ଗୋବିନ୍ଦପୁର, ଅଭିନଗର ଓ ଷଡ଼ଙ୍ଗୀ ପଲ୍ଲୀ ଗ୍ରାମ ପରିକ୍ରମା କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ତାଙ୍କ ପୁଷ୍ପମାଲ୍ୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ର ବହୁ ସଙ୍ଗଠକ, କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ