ନାତିକୁ ହୋମ୍ୱାର୍କ କରାଇ କୋଟିପତି ହେଲେ ଜେଜେମା’
କେତେବେଳେ କାହାର ଭାଗ୍ୟ କେମିତି ବଦଳିବ ତାହା କହିହେବ ନାହିଁ । କାନାଡ଼ାର ଏକ ଦମ୍ପତିଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି, ଯାହାକୁ ସେମାନେ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । କାନାଡ଼ାର ଏହି ଦମ୍ପତି ହେଲେ ନିକୋଲ ପେଡନାଲ୍ଟ ଏବଂ ରଞ୍ଜର ଲାରୋକ । ଏହି ଦମ୍ପତି ୨୦୧୮ ଫେବ୍ରୁଆରି ୧୪ ଅର୍ଥାତ୍ ଭାଲେନ୍ଣ୍ଟାଇନ୍ ଦିନରେ ଏକ ଲଟେରି ଟିକେଟ କିଣିଥିଲେ । ଏହାକୁ ସେମାନେ ଏକ ବହିରେ ରଖି ଭୁଲିଯାଇଥିଲେ । ଦିନେ ନାତିକୁ ପାଠ ପଢ଼ାଉଥିବା ବେଳେ ତାଙ୍କୁ ଏହି ଟିକେଟ ମିଳିଥିଲା । ଏହି ଲଟେରିି ଟିକେଟ ବିଷୟରେ ସେମାନେ ଯେତେବେଳେ ଖୋଳତାଡ଼ କଲେ ତାଙ୍କ ଖୁସି କହିଲେ ନ ସରେ । ସଙ୍ଗେ ସଙ୍ଗେ ଏହି ଦମ୍ପତି କୋଟିପତି ହୋଇଗଲେ । ସେମାନେ ୭.୫ ଲକ୍ଷ ଡଲାର ପାଖାପାଖି ୫.୨୫ କୋଟି ଟଙ୍କାର ଲଟେରି ଜିତିଲେ । ପେଡନାଲ୍ଟ କୁହନ୍ତି, ଏହି ଟିକେଟର ସମୟ ସରିବାକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଥିଲା । ଭାଗ୍ୟ ଭଲ ଆମେ ତାହା ଠିକ୍ ସମୟରେ ପାଇଗଲୁ । ନାତି ହୋମ୍ୱାର୍କ ପାଇଁ ମୋର ସହାୟତା ନ ମାଗିଥିଲେ ଏହି ଲଟେରି ଟିକେଟ କେବେ ହେଲେ ମିଳି ନ ଥାନ୍ତା ।