ନାବାର୍ଡ ପକ୍ଷରୁ ଏସ.ଏଚ.ଜି.ଙ୍କୁ ଇଶକ୍ତି ଡିଜିଟାଇଜେସନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଭୂବନେଶ୍ୱର ନାବାର୍ଡ ଆଚଂଳିକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର ସମସ୍ତ ତଥ୍ୟ ଓ ସୂଚନାକୁ ଇଶକ୍ତି ଡିଜିଟାଇଜେସନ ମାଧ୍ୟମରେ ଏକତ୍ରୀକରଣ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଡିଜିଟାଲ ଇଣ୍ଡିଆ ମିଶନ ନାବାର୍ଡ ସହଯୋଗରେ ଇଶକ୍ତି ପ୍ରକଳ୍ପ ଦ୍ୱାରା ସେମାନଙ୍କର ଡାଟାବେସ ପ୍ରସ୍ତୁତ କରିବା,ଗୋଷ୍ଠିମାନଙ୍କୁ ଋଣ ପ୍ରଦାନରେ ସହାୟତା,ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଭଳି କେନ୍ଦ୍ରୀୟ ଯୋଜନାରେ ସାମିଲ କରିବା, ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ରିଭଲଭିଂ ଫଣ୍ଡ ପ୍ରଦାନରେ ସହାୟତା, ଫେଡେରେସନ ଗୁଡିକୁ ସି.ଆଇ.ଏଫ. ପ୍ରଦାନ,ଜାତୀୟ ଜୀବିକା ମିଶନରେ ସଂପୃକ୍ତ କରାଇବା,ରେକର୍ଡପତ୍ର ମେଂଟେନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସୁନିଲ କୁମାର ପୁରୋହିତ,ନାବାର୍ଡ ଉନ୍ନୟନ ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା ମିଶନଶକ୍ତି ସଂଯୋଜକ କୈଳାସ ସେନାପତି,ଓଡିଶା ଜୀବିକା ମଶନର ଜିଲ୍ଲା ପରିଚାଲିକା ସତ୍ୟଭାମା ପ୍ରଧାନ, ଛତା ଏସବିଆଇ ଆରସିଟିର ନିର୍ଦେଶକ ମନୋଜ କୁମାର ମିଶ୍ର, ଏସ.ବି.ଆଇ.ର ବିଏମ ଶମ୍ବିତର ଶୁଭଦର୍ଶିନୀ, ସେଡାର ସମ୍ପାଦକ ଇଶ୍ୱର ଚନ୍ଦ୍ର ଆଚାର୍ଯ୍ୟ, ଗ୍ରାମଉତଥାନର ଗୋବିନ୍ଦ ନାୟକ, ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ