ନାବାର୍ଡ ପକ୍ଷରୁ କାଶୀନଗର ବ୍ଲକରେ ପରିମଳ ଓ ସାକ୍ଷରତା ଅଭିଯାନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଠାରେ ନାବାର୍ଡ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର୍‌.କେ.ଏସ୍‌.ଏସ୍‌.ର ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଯାଇଛି । ଖାରଡା ପଞ୍ଚାୟତ ସଦର ମହକୁମା ଖାରଡା ଠାରେ ପରିମଳ ସାକ୍ଷରତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଉକ୍ତ ଅଭିଯାନର ଖାରଡା ପଞ୍ଚାୟତ ଅନତ୍ରଗ୍‌ତ ୫୦ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏମ୍‌.ବି.କେ. ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏଲ୍‌.ଡି.ଏମ୍‌. କିଶୋର ଚନ୍ଦ୍ର ନାୟକ, ଆର୍‌ସେଟିର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା, ସ୍ଥାନୀୟ ସରପଞ୍ଚ ଲୋକେଶ୍ୱର ତୁରୁବୁଡି ପ୍ରମୁଖ ଯୋଗଦେଇ ଗାଁ ପରିକ୍ରମା ମାଧ୍ୟମରେ ଲୋକଙ୍କୁ ସ୍ୱଚ୍ଛତା ଓ ବିକାଶ, ଗାଁ ପରିସ୍କାର ପରିଚ୍ଛନ୍ନତା, ପରିମଳ ବ୍ୟବସ୍ଥା ତଥା ସମସ୍ତ ପାଇଖାନା ବ୍ୟବହାର ଆଦି ସମ୍ପର୍କରେ କହିଥିଲେ । ସେହିପରି ଉକ୍ତ ଗ୍ରାମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାକ୍ଷରତା ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯଥା ବୀମା ଯୋଜନା ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ଅଟଳ ପେନସନ ଯୋଜନା, ଜନଧନ ଯୋଜନା, ବାଳିକା ସମୃଦ୍ଧି ଯୋଜନା, ବ୍ୟାଙ୍କ ଦ୍ୱାରା କିପରି ଉପକୃତ ହେବେ ଆଦି ସମ୍ପର୍କରେ ଅବଗତ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟରେ ୭ଟି ବ୍ଲକର ୨୦ଟି ପଞ୍ଚାୟତରେ ଏପରି କାର୍ଯ୍ୟକ୍ରମ କରିବା ନିମନ୍ତେ ନାବାର୍ଡ ପକ୍ଷରୁ ସ୍ଥିର କରାଯାଇଥିବାର ଜଣାପଡିଛି । ସେହିପରି ଖାରଡା ପଞ୍ଚାୟତ ଅନ୍ତର୍ଗତ ନାୱାଡା ଗ୍ରାମ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବିକାଶ ତାଲିମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଲ୍‌.ଡି.ଏମ୍‌. ଶ୍ରୀ ନାୟକ, ଆର୍‌ସେଟି ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମା, ଏ.ବିକେ. ମମତା ନାୟକ ଓ ସମସ୍ତ ସି.ଆର୍‌.ପି. ଓ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୫୦ରୁ ଉର୍ଦ୍ଧ ମହିଳାଙ୍କୁ ଗୋଷ୍ଠୀ ଏକତା, ଶୃଙ୍ଖଳା, ଖାତାପତ୍ର ଲିଖନ, ଆର୍ଥିକ କାରବାର, ବ୍ୟାଙ୍କ କାରବାର, ଆର୍ଥିକ କାରବାର ସମସ୍ୟା ଓ ୫ସୂତ୍ର ଏବଂ ୧୦ସୂତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଞ୍ଜାଳ ଭାବେ ବୁଝାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାଲିମ ଦାତା ଭାବେ ଲିଙ୍ଗରାଜ ପାଣିଗ୍ରାହୀ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ