ନାବାର୍ଡ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ସ୍ୱସ୍ତି ଫାଉଣ୍ଡେସନ କେନ୍ଦୁଝର ତରଫରୁ ନାର୍ବାଡ ସହାୟତାରେ ହାଟଡିହି ବ୍ଲକ ବରେଶ୍ୱର ପ୍ରରଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ତୃଣମୁଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପଞ୍ଚୁଗୋଛିଆ ପଞ୍ଚାୟତର ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ୬୧ଜଣ ମହିଳା ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ନାବାର୍ଡର ଡିଡିଏମ ଶ୍ରୀ ଦିପ୍ତୀକାନ୍ତ ମଲ୍ଲିକ, ମା ତାରିଣୀଙ୍କ ଫଟୋଚିତୟରେ ପୁଷ୍ପମାଲ୍ୟ ଅର୍ପଣକରି ଏହାକୁ ଉଦଘାଟନ କରି ନାବାର୍ଡ ସରକାରଙ୍କ ସହ ମିଶି ଭିତ୍ତିଭୂମୀର ବିକାଶ, ଯଥା ଜାତୀୟ ରାଜପଥ ନିର୍ମାଣ, ବଡବଡ ଜଳ ସେଚନ ପ୍ରକଳ୍ପ ଖନନ ଆଦି କରିଥାଏ । ନୁଆ କୃଷି ଯୋଜନା ପ୍ରସ୍ତୁତକରି ଏହାକୁ କାର୍ଯ୍ୟକାରୀ କରିଆସୁଛି ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ସମାଜସେବୀ ଭକ୍ତବତ୍ସଳ ମହାନ୍ତି ପ୍ରଶିକ୍ଷକ ଭାବେ ଯୋଗଦେଇ ବ୍ୟାଙ୍କ, ପୋଷ୍ଟ ଅଫିସରେ ନିରାପଦ ସଞ୍ଚୟ କରିବା, ଚିଟଫଣ୍ଡ ଠାରୁ ଦୁରେଇ ରହିବା, ଅଚିହ୍ନା ଲୋକଙ୍କୁ ଏଟିଏମ ନମ୍ବର, ବ୍ୟାଙ୍କ ଏକାଉଣ୍ଟ ନଦେବାକୁ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଲଗାତାର ବୈଠକ କରିବା, ନଥିପତ୍ରଠିକଣା ଢ଼ଙ୍ଗରେ ପରିଚାଳନା କଲେ ଓଡିଶା ଜୀବିକା ମିସନରୁ ଆର୍ôଥକ ସାହାଯ୍ୟ ମିଳିପାରିବା ସହ ବ୍ୟାଙ୍କ ମଧ୍ୟ ଋଣ ଯୋଗାଇ ଦେବ ବୋଲି କହିଥିଲେ । ସ୍ୱସ୍ତି ଫାଉଣ୍ଡେସନର ସମ୍ପାଦକ ମାନସ ରଞ୍ଜନ ପଣ୍ଡା, ଟ୍ରଷ୍ଟି ଜଗନ୍ନାଥ ପଣ୍ଡା ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ