ନାବାଳକକୁ ଚେଙ୍କ ଦେବା ଘଟଣା କଟକ ଶିଶୁ ମଙ୍ଗଳ ସମିତି ସଦସ୍ୟଙ୍କ ତନାଘନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କଟକ ଓ କେନ୍ଦ୍ରାପଡା ଜିଲ୍ଲାର ଶିଶୁ ମଙ୍ଗଳ ସମିତିର ଏକ ୮ଜଣିଆ ମିଳିତ ଟିମ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସାଲେପୁର ଅଞ୍ଚଳର ଚେଙ୍କଖାଇ ଚିକିତ୍ସିତ ହେଉଥିବା ୧୭ବର୍ଷର ନାବାଳକକୁ ଦେଖିବା ସହ ତାକୁ ସମ୍ପୂର୍ଣ୍ଣ ଘଟଣା ଏବଂ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଖାଇବା ଡେରି ହୋଇଯିବାରୁ ନାବାଳକର ବାପା ତାକୁ ଏକ ତତଲା ଲୁହାରଡରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦେବା ପରେ ସଂପୃକ୍ତ ପିଡିତ ନାବାଳକ ଜଣକ କୈାଣସି ପ୍ରକାର ସେଠାରୁ ଖସି ପଳାଇଆସିବା ସହ ଚାଲିଚାଲି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ମାହାଳ ବଜାର ନିକଟସ୍ଥ ମାମୁଁ ଘରେ ପହଁଚିଥିଲା । ସେଠାରୁ ତାକୁ ଅଣାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କଟକ ଜିଲ୍ଲାର ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ମନ୍ଦାକିନୀ ଜେନା,ସଭ୍ୟ ଚିତ୍ତରଞ୍ଜନ ମହାନ୍ତି, କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି, କେନ୍ଦ୍ରାପଡା ଜିଲ୍ଲା ଶିଶୁ ମଙ୍ଗଳ ସମିତି ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ବର୍ତ୍ତମାନର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, କଟକ ଜିଲ୍ଲା ଚାଇଲଡ ଲାଇନର ସଂଯୋଜକ ନାରାୟଣ ଶୁକ୍ଳା, କେନ୍ଦ୍ରାପଡା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ପ୍ରମୋଦ କୁମାର ସେନାପତି, କେନ୍ଦ୍ରାପଡା ଚାଇଲଡ ଲାଇନର ରାକେଶ କୁମାର ବାରିକ, ଟିମ ସଦସ୍ୟ ସ୍ୱାଗତ ସୁଚନ୍ଦନ ସାହୁ ପ୍ରମୁଖ କେନ୍ଦ୍ରାପଡା ଡାକ୍ତରଖାନାରେ ପହଁଚି ସର୍ଜରୀ ବିଭାଗର ଡାକ୍ତର ବୀରେନ୍ଦ୍ର କୁମାର ଦାସ ଓ ମାନସ ଚନ୍ଦ୍ର ବିଶ୍ୱାଳଙ୍କ ସହ ସଂପୃକ୍ତ ପିଡିତ ନାବାଳକର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ମେଡିକାଲ ପରିସର ଅତ୍ୟନ୍ତ ଅପରିସ୍କାର ଓ ଅପରିଛନ୍ନ ହୋଇଥିବା ଏବଂ ଦୁର୍ଗନ୍ଧ ବାହାରୁଥିବା ଘଟଣା ଦେଖି ବିରକ୍ତି ପ୍ରକାଶ କରିବା ସହ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ