ନାବାଳକକୁ ପଡୋଶୀ ସ୍କୁଟିଦେବା ମହଙ୍ଗା ପଡିଲା
କେନ୍ଦ୍ର ସରକାରଙ୍କ ତରଫରୁ ମୋଟର ଯାନ ଆଇନ କଡାକଡି ଭାବେ ଲାଗୁହୋଇଥିଲେ ମଧ୍ୟ ବେଫିକର ଏହାକୁ କେତେ ଜଣ ଖାମଖିଆଲ ଭାବେ ନେଉଛନ୍ତି । ତେଣୁ ଗଣିବାକୁ ପଡୁଛି ମୋଟା ଅଙ୍କର ତଣ୍ଡ । କେତେ ବେଳେ ବିନା ହେଲମେଟ୍ରେ ଯାତ୍ରା କରି ଯାତ୍ରୀ ମାନେ ମୋଟା ଅଙ୍କର ଜୋରିମାନା ଗଣିବାର ନଜିର ରହିଥିବା ବେଳେ ପଡୋଶୀ ନାବାଳିକଙ୍କୁ ଲାଇସେନ୍ସ ନଥିଲେ ମଧ୍ୟ ବିନା ହେଲମେଟ୍ରେ ସ୍କୁଟି ଚଳାଇବାରୁ କଟକ ଆରଟିଓ ପକ୍ଷରୁ ୨୬ ହଜାର ଟଙ୍କାର ଜୋରିମାନା ହୋଇଛି । ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧ଟାରେ ବାରଙ୍ଗା ଥାନା ଅନ୍ତର୍ଗତ ଗୋଠପୁର ଗ୍ରାମର ମଙ୍ଗରାଜ ପରିଡ଼ାଙ୍କ ପୁଅ ସାଗର ପରିଡ଼ା ଜଣେ ପଡୋଶୀଙ୍କୁ ସ୍କୁଟିରେ ଛକ ପର୍ୟ୍ୟନ୍ତ ଛାଡ଼ିବାକୁ ଯାଇଥଲେ। ସେ ପଡ଼ୋଶୀଙ୍କ ଆକ୍ଟିଭା ସ୍କୁଟି (ଓଡି ୦୫ ଜେ-୧୫୧୨) ନେଇ ଯାଉଥିବା ସମୟରେ ପରିବହନ ବିଭାଗର ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ସାଗରକୁ ବିନା ଲାଇସେନ୍ସରେ ବାଇକ୍ ଚଳାଇବା ଯୋଗୁଁ ୨୫ ହଜାର ଟଙ୍କା ଓ ହେଲମେଟ୍ ପିନ୍ଧିନଥିବାରୁ ୧ ହଜାର ଟଙ୍କା, ଏହିପରି ମୋଟ ୨୬ ହଜାର ଟଙ୍କା ଜରିମାନା କରାଯାଇଛି। ଏଥିସହ ତାଙ୍କ ନାମରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହା ଫଳରେ ତାଙ୍କୁ ୨୫ ବର୍ଷ ହେବା ଯାଏ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ।