ନାବାଳକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

ନାବାଳକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମଦ ନିଶାରେ ଚୁର ହୋଇ ଜଣେ ୭ବର୍ଷ ବୟସର ନାବାଳକକୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଅଂଚଳରେ ଘଟିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ରାତିରେ ହିଞ୍ଜିଳି ଥାନା ଅଂଚଳରେ ଜୈନିକ ଯୁବକ କୃଷ୍ଣ ନାଇକ(୨୨) ମଦ୍ୟପାନ କରି ଘରକୁ ଫେରିବା ସମୟରେ ସେହି ଗ୍ରାମର ଜଣେ ୭ବର୍ଷ ବୟସର ଜଣେ ନାବାଳକ ବାହାରେ ବୁଲୁଥିବା ବେଳେ ଏକୁଟିଆ ପାଇ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ନାବାଳକ ଜଣକ ଘଟଣା ନେଇ ପରିବାର ସଦସ୍ୟଙ୍କୁ କହିବା ପରେ ନାବାଳକଙ୍କ ବାପା ଏ ନେଇ ବୁଧବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୨୭୦/୨୦ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ