ନାବାଳକ ପୁଅ ଚଳାଇଲା କାର ,୨୫ ହଜାର ତଣ୍ଡ ଗଣିଲେ ବାପା
ରାୟଗଡା : ୨୦୧୯ ମୋଟରଯାନ ନିୟମ ଆଇନକୁ ଦେଶରେ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ନିୟମ ଉଂଲଘନ କାରୀ ମାନଙ୍କୁ ମୋଟା ଅଙ୍କର ତଣ୍ଡ । କିନ୍ତୁ ନାବାଳକ କୈାଣସି ଗାଡି ଚାଳନ କଲେ ପରିବାର ଲୋକ ତଣ୍ଡ ଗଣିବେ ବୋଲି ଯେଉଁ ନିୟମ ହୋଇଥିବା ସେହି ନିୟମରେ ରାୟଗଡା ଜିଲ୍ଲାର ଜଣେ ୧୫ ବର୍ଷିୟ ନାବାଳିକ କାର ଗାଡି ଚଳାଇ ନିୟମ ଉଂଲଘନ କରିଥିବାରୁ ବାପାକୁ ଗଣିବାକୁ ପଡିଛି ୨୫ହଜାର ଟଙ୍କାର ଜୋରିମାନା । ସୂଚନା ଅନୁଯାୟୀ ରାୟଗଡା ଅଶୋକ ନଗରର ଶେଖ ତାଫିବୁଲଙ୍କ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ପୁଅ ଏକ କାରରେ ଦ୍ରୃତ ଗତିରେ ଯାଉଥିବା ବେଳେ କାରଟିକୁ ସ୍ଥାନୀୟ ଲୋକ ଅଟକାଇଥିଲେ । ନାବାଳକଙ୍କ ସହ ତାଙ୍କର ଜଣେ ସାଙ୍ଗ ମଧ୍ୟ ଗାଡ଼ିରେ ଥିଲେ। ଦୁଇ ଜଣ ନାବାଳକ ରାସ୍ତାରେ ଗାଡ଼ି ଚଳାଉଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ସ୍ଥାନୀୟ ଅଧିବାସୀ। ଏହା ପରେ ସ୍ଥାନୀୟ ଲୋକେ ଆରଟିଓ ଓ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆରଟିଓ ଟିମ୍ ପହଞ୍ଚି ମୋଟା ଅଙ୍କର ଜୋରିମାନାର ରସିଦ କାଟିଥିବା ବେଳେ ବାପା ଓ ନାବାଳକ ପୁଅ ସହିତ କାର ଗୁଡିକୁ ପୋଲିସ ଥାନାକୁ ନେଇଥିଲା । ସେଠାରେ ବାପା ୨୫ ହଜାର ଟଙ୍କା ଜୋରିମାନା ଦେବା ପରେ ପୁଅ ଓ ବାପା ଓ କାର କୁ ଦେଇଦେଇଛି ପୋଲିସ । ମୋଟର ଯାନ ଆଇନକୁ ଉଂଲଘନ ତଥା ୧୮ ବର୍ଷରୁ କମ୍ ନାବାଳକ ଗାଡି ଚଳାଇଲେ ୨୫ ହଜାର ଟଙ୍କା ତଣ୍ଡ ଗଣିବାର ନିୟମ ରହିଥିବା ଜଣାପଡିଛି ।