ନାବାଳକ ବାଇକ ଚାଳକଙ୍କ ଉପରେ ଲଗାମ ନାହିଁ

ହାଟଡ଼ିହି, : ସରକାରଙ୍କ ନୁତନ ମୋଟରଯାନ ଆଇନି ପ୍ରଣୟନ କରି ଗାଡିଚାଳନା ନିୟମକୁ କଡାକଡି କରିଥିବାବେଳେ ହାଟଡିହି ଅଞ୍ଚଳରେ ଏହାର କୌଣସି ପ୍ରଭାବ ପଡୁନାହିଁ । ମଟରଯାନ ନିୟମାନୁଯାଇ ଦୁଇଚକିଆ ଗାଡି ଚାଳକମାନେ ହେଲେମେଟ ଚଳାଇବା ସହିତ ଗାଡିର ସମସ୍ତ କାଗଜପତ୍ର ନିଜପାଖରେ ରଖିବାକୁ କୁହାଯାଇଛି । ସେହିପରି ନାଁ ବାଳକ ମାନେ ଗାଡିଚଳାଇ ପାରିବେ ନାହିଁ ଓ ଧରାପଡିଲେ ଅଭିଭାବକଙ୍କୁ ଦଣ୍ଡ ସ୍ୱରୁପ ଜୋରିମାନା ଆଦାୟ କରାଯିବାର ବ୍ୟବସ୍ଥା କରାଯାଇଛି । ମାତ୍ର ହାଟଡିହି ଅଞ୍ଚଳରେ ବହୁ ଅଭିଭାବକ ସେମାନଙ୍କ ନାବାଳକ ପିଲାମାନଙ୍କୁ ବାଇକ ଚଳାଇବା ପାଇଁ ଅନୁମତି ଦେଇ ନିଶ୍ଚିନ୍ତରେ ବସିଯାଉଛନ୍ତି । ଫଳରେ ମୋଟରଯାନ ଓ ଟ୍ରାଫିକ ନିୟମ ସମ୍ପର୍କରେ ଅଜ୍ଞଥିବା ନାବାଳକ ମାନେ ବେପରୁଆ ଭାବେ ଗାଡି ଚଳାଉଥିବା ଦେଖିବାକୁ ମିଳୁଥିବାବେଳେ ସେମାନଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟି ଅନେକ ଧନଜୀବନ ହାନି ଘଟୁଛି । ସେହିପରି ଅନେକ ନାଁବାଳକ ଟ୍ରାକ୍ଟର ଚଳାଉଥିବା ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ନାବାଳକଙ୍କ ଗାଡି ଚାଳନା ଉପରେ ଲଗାମ ଲଗାଇବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ