ନାବାଳିଆ ଦୁଷ୍କର୍ମ ଅଭିଯୁକ୍ତକୁ ଜରିମାନା ସହ ୧୦ବର୍ଷ ସଶ୍ରମ କାରାଦଣ୍ଡ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲାର ଜଣେ ନାବଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତକୁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଅରୁଣ କୁମାର ସାହୁ ୧୦ ବର୍ଷ ସଶ୍ରମ କରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକା ୬ମାସ କରାଦଣ୍ଡର ରାୟ ଦେଇଥିବା ସୂଚନା ମିଳିଛି । ଏଥିନେଇ ସରକାରୀ ଓକିଲ ଭଏସ୍ଏନ୍ ରାଜୁ କହିଛନ୍ତି, ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଗତ ୨୦୧୭ ଅଗଷ୍ଟ ୧୮ତାରିଖ ଦିନ ଗଞ୍ଜାମ ଜିଲ୍ଲା ଫୁଲଟା ଗ୍ରାମର ଦିଲ୍ଲୀ ଗୁଣ୍ଟିମା ଅପହରଣ କରି ବ୍ରହ୍ମପୁର ନେଇଯାଉଥିଲା । ସେଠାରେ ସେ ନାବାଳିକାକୁ ୩ଦିନ ରଖି ଦୁର୍ଷ୍କମ କରିବା ପରେ ବ୍ରହ୍ମପୁର ବସଷ୍ଟାଣ୍ଡ ଛାଡି ଚାଲିଯାଇଥିଲା । ଘଟଣା ନେଇ ପିଡିତା ପରିବାର ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ରାୟ ଗତକାଲି ମଙ୍ଗଳବାର ରାୟ ପ୍ରକାଶ ପାଇଛି ।