ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ହାଟଡିହି, (ବିକାଶ ବିଶ୍ୱାଳ ) : ନନ୍ଦିପଦା ଥାନା ବଡରମ୍ପାସ ଗ୍ରାମରେ ଜଣେ ନାଁ ବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନନ୍ଦିପଦା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ବଡରମ୍ପାସ ଗ୍ରାମର ଦଶମ ପଡୁଥିବା ଜଣେ ୧୬ବର୍ଷ ବୟସର ଛାତ୍ରୀ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଅନେକ ଆଡେ ଖୋଜାଖୋଜି କରିବାପରେ କୌଣସି ସନ୍ଧାନ ନପାଇବାରୁ ୧୭/୨/୨୦୨୨ରେ ଛାତ୍ରୀର ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ପରେ ସେହିଗ୍ରାମର ଜୀବନ ଖୁଣ୍ଟିଆ ନାମକ ଜଣେ ଯୁବକ ଏହି ନାଁ ବାଳିକାକୁ ଗତ ଅପହରଣ କରିନେଇ ବାଙ୍ଗାଲୋର ପଳାଇଥିବା ଜଣାପଡିଥିଲା । ସେ ତାକୁ ବାଙ୍ଗାଲୋରରେ ରଖିବା ସହ ବିବାହ କରିବାର ପ୍ରତିଶୃତି ଦେଇ ତା ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଗତ ୧୫ଦିନତଳେ ଜୀବନ ତାକୁ ବାଙ୍ଗାଲୋରରେ ଛାଡି ଦେଇ ଘରକୁ ପଳାଇ ଆସିିଥିଲା । ଫଳରେ ନାଁ ବାଳିକାଟି ଅନ୍ୟ ଲୋକଙ୍କ ସହଯୋଗରେ ଆସି ହାଟଡିହିର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲା । ପରେ ପରିବାର ଲୋକେ ଜାଣିବାପରେ ନାଁ ବାଳିକାକୁ ଆଣି ଘଟଣା ସମ୍ପର୍କରେ ପଚାରିବା ପରେ ସେ ସମସ୍ତ ବିଷୟ କହିଥିଲା । ଏନେଇ ପରିବାର ଲୋକେ ନନ୍ଦିପଦା ଥାନାକୁ ଜଣାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ । ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଥାନା କେସନଂ ୩୧/୨୦୨୨ ଅନୁସାରେ ଉକ୍ତ ଯୁବକକୁ ଧରିବାଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ସେ ଘରକୁ ଆସିଥିବା ଏକ ବିଶେଷ ସୁତ୍ରରୁ ଖବର ପାଇ ନନ୍ଦିପଦା ପୁଲିସ ଗତକାଲି ରାତିରେ ଚଢ଼ାଉ କରି ତାକୁ ଗିରଫକରି ଆଜି କୋର୍ଟ ଚାଲାଣ କରିଛନ୍ତି ।