ନାବାଳିକାକୁ ଅପହରଣ ଓ ଯୈାନ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତକୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜନୈକ ନାବାଳିକାକୁ ଅପହରଣ ଓ ଯୈାନ ନିର୍ଯ୍ୟାତନା ଦେବା ଅପରାଧରେ ଅଭିଯୁକ୍ତ ପ୍ରଦିପ ଓଝା ଓରଫ ହୁଦା ଓରଫ ପଦିଆକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟର ଜଜ୍ ତ୍ରୀବିକ୍ରମ କେଶରୀ ଚିନ୍ନାରା ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଷୋଟି ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଘରେ ଜଗତସିଂହପୁର ଜିଲ୍ଲାର ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଢିଙ୍କିଆ ଗ୍ରାମର ମାଧବ ଓଝାଙ୍କ ପୁଅ ପ୍ରଦିପ ଓଝା ଓରଫ ହୁଦା ଓରଫ ପଦିଆ(୩୪) ଚାକିରୀଆ ଭାବେ କାର୍ଯ୍ୟ କରୁଥିଲା । ସେହି ବ୍ୟକ୍ତିଙ୍କ ନାବାଳିକା ଝିଅ ତଥା ୯ମ ଶ୍ରେଣୀର ଛାତ୍ରୀକୁ ଚାକର ପ୍ରଦିପ ସବୁଦିନେ କଜଳାକୁ ଟ୍ୟୁସନରେ ଛାଡିବାକୁ ନେଇ ଯାଇଥାଏ । ଗତ ୨୦୧୪ ମସିହା ମଇମାସ ୨୯ତାରିଖରେ ସଂପୃକ୍ତ ନାବାଳିକାକୁ ପ୍ରଦିପ ଏକ ବାଇକ ଯୋଗେ ଟ୍ୟୁସନରେ ଛାଡିବାକୁ ନେଇଥିଲା । କିନ୍ତୁ ସେ ଆଉ ନଫେରିବାରୁ ଏବଂ ନାବାଳିକାକୁ ଫେରାଇବା ପାଇଁ ପ୍ରଦିପ ୩ଲକ୍ଷ ଟଙ୍କା ଦାବି କରିଥିବା ନେଇ ସଂପୃକ୍ତ ନାବାଳିକାର ବାପା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଆଧାର କରି ସଦର ଥାନାରେ କେଶ ନମ୍ବର ୧୦୬/୨୦୧୪ରେ ଏକ ନାବାଳିକା ଅପହରଣ ମାମଲା ରୁଜୁ ହୋଇଥିଲା । ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଏକ ବିଶେଷ ସୁତ୍ରରୁ ଖବର ପାଇ ପୁରୀ ଜିଲ୍ଲାର ନିମାପଡା ଥାନା ଅନ୍ତର୍ଗତ ଖିଲାରରୁ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରଦିପକୁ ଗିରଫ କରି କେନ୍ଦ୍ରାପଡାକୁ ଆଣିଥିଲେ । ପରେ ପୋଲିସ ନାବାଳିକା ଠାରୁ ଜାଣିବାକୁ ପାଇଥିଲା ଯେ ତାକୁ ପ୍ରଦିପ ଅପହରଣ କରିନେବା ପରେ ବିଭିନ୍ନ ସ୍ଥାନରେ ରଖି ଜୋର ଜବରଦସ୍ତି ତାକୁ ଯୈାନ ନିର୍ଯ୍ୟାତନା ଦେଇଥିଲା ଓ ତାକୁ ଫେରାଇବା ପାଇଁ ତାର ବାପାଙ୍କ ଠାରୁ ୩ଲକ୍ଷ ଟଙ୍କା ଦାବି କରିଥିଲା । ସଦର ଥାନା ପୋଲିସ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ମାମଲାର ବିଚାର ଚାଲିଥିଲା । ଜି.ଆର. କେଶ ନମ୍ବର -୬୦୭/୨୦୧୪ରେ କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟର ଜଜ୍ ତ୍ରୀବିକ୍ରମ କେଶରୀ ଚିନ୍ନାରା ସେହି ମାମଲାର ବିଚାର କରି ଅଭିଯୁକ୍ତ ପ୍ରଦିପ ଓଝା ଓରଫ ହୁଦା ଓରଫ ପଦିଆ(୩୪)କୁ ଆଇ.ପି.ସି.ର ୩୬୪(କ) ଦଫାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡିବ । ସେହିଭଳି ଆଇ.ପି.ସି.ର ୩୬୫ଦଫାରେ ୫ବର୍ଷ ଜେଲଦଣ୍ଡ ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ସେହି ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟଙ୍କ ନିର୍ଦେଶରେ ଉଲ୍ଲେଖ ରହିଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ କୋର୍ଟରେ ମକ୍କଦ୍ଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ