ନାବାଳିକାକୁ ଅପହରଣ କରି ଯୁବକ ଗଲା ଜେଲ

ପୁରୀ(ଯୁଗାଦ୍ଧ ନ୍ୟୁଜ): ନାବାଳିକାକୁ ଅପହରଣ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ସ୍ଥାନାନ୍ତରିତ କରାଯାଇଛି । ସେ ହେଲା ନରେନ୍ଦ୍ରକୋଣ ହରିଜନବସ୍ତିର ପୁପୁନ୍ ନାୟକ । ସୂଚନାନୁଯାୟୀ ଉକ୍ତ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପୁପୁନ୍ ଏକତରଫା ପ୍ରେମ କରୁଥିଲା । ହେଲେ ସେ ଗତ ୩ ତାରିଖରେ ଅପହରଣ କରି ନେଇ ଫେରାର ହୋଇଯାଇଥିଲା । ଏନେଇ ନାବାଳିକା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖି ବିଭିନ୍ନ ସ୍ଥାନରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହିତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ