ନାବାଳିକାକୁ ଅସଦାଚରଣ ଘଟଣାରେ ଯୁବକ ଗିରଫ କୋର୍ଟ ଚାଲାଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଜଣକ ଘରେ ପଶି ଟାଣି ଆଣି ଅସଦାଚରଣ ମାମଲା ରେ ପାଟପୁର ପୋଲିସ ପୁଡ଼ାମାରି ଗ୍ରାମର ଯୁବକ କାହ୍ନା ପାତ୍ର କୁ ଗିରଫ କରି କେସ ନଂ ୪୭୧/୨୩ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଅଭିଯୁକ୍ତ ଯୁବକର ମାଆ ଙ୍କ ଅଭିଯୋଗ ପ୍ରକାରେ ନାବାଳିକା ର ବାପା ପ୍ରଫୁଲ୍ଲ ମଲ୍ଲିକ ଛେଳି ଚରୁଥିବା ବେଳେ ଛେଳିକୁ ହତ୍ୟା କରିଥିବା ଏବଂ ପରିବାରକୁ ଗାଳି ଗୁଲଜ କରିବା ଘଟଣାରେ ପାଟପୁର ପୋଲିସ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଗିରଫ କରି କେସ ନଂ ୪୭୨/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ସୂଚନା ପ୍ରକାରେ ପାଟପୁର ଥାନା ଅନ୍ତର୍ଗତ ଆଦିବାସୀଗ୍ରାମରେ ଅସାମାଜିକ ଯୁବକ ଙ୍କ ଆଦିବାସି ଝିଅ ମାନଙ୍କୁ ଅଶ୍ଳିଳ ଇଙ୍ଗିତ ଅସଦାଚରଣ କରୁଥିବା ବେଳେ ଗୋଟିଏ ଗ୍ରାମରେ ଜଣେ ଯୁବକ ନାବାଳିକାକୁ ଅସଦାଚରଣ କରିଥିବା ଜଣାପଡ଼ିଛି। ଝିଅର ମାଆ ପାଟପୁର ଥାନାରେ ଏତଲା ଦେଇଛନ୍ତି । ଗତ ୨୯/୭/୨୩ରେ ନାବାଳିକା ଜଣକ ନିଜ ପାଠ ପଢିବା ବେଳେ କାହ୍ନ ପାତ୍ର ଘରୁ ଡାକି ଆଣି ଅସଦାଚରଣ କରିଥିବା ବେଳେ ମାଆ ବାପା ଙ୍କ ନଜରରେ ପଡ଼ିଥିଲା ।ଯୁବକ ଜଣକ ଭୟଭୀତ ହୋଇ ଦୌଡ଼ି ପଳେଇଥିଲା ଏନେଇ ଉକ୍ତ ନାବାଳିକା ର ମାଆ ପାଟପୁର ଥାନା ରେ ଏତଲା ଦେବା ଫଳରେ ଅଭିଯୁକ୍ ଏନେଇ ତଦନ୍ତ କରି କୋର୍ଟ।ଚାଲାଣ କରିଥିବା ଥାନାଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ