ନାବାଳିକାକୁ ଅସଦାଚରଣ ଥାନାରେ ଏତଲା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅଧୀନରେ ଗୋଟିଏ ଗ୍ରାମରେ ଜଣେ ଯୁବକ ନାବାଳିକାକୁ ଅସଦାଚରଣ କରିଥିବା ଜଣାପଡ଼ିଛି। ଝିଅର ମା ଥାନାରେ ଏତଲା ଦେଇଛନ୍ତି ।ଏନେଇ ପାଟପୁର ଥାନା ପୋଲିସ ଉକ୍ତ ଯୁବକକୁ ଗିରଫ କରି ୪୭୧/୨୩ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।ନାବାଳିକା ଜଣକ ଘରେ ଥିବାବେଳେ ଘରୁ ଡାକି ଆଣି ଅସଦାଚରଣ ଉଦ୍ୟମ କରୁଥିବା ବେଳେ ମାଆ ବାପା ଙ୍କ ନଜରରେ ପଡ଼ିଥିଲା ।ଯୁବକ ଜଣକ ଭୟଭୀତ ହୋଇ ଦୌଡ଼ି ପଳେଇଥିଲା ଏନେଇ ଉକ୍ତ ନାବାଳିକା ର ମାଆ ପାଟପୁର ଥାନା ରେ ଏତଲା ଦେବା ଫଳରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତ ଗିରଫ ଯୁବକର ମାଆ ଝିଅ ର ପରିବାର ଲୋକ ଗାଳିଗୁଳୁଜ କରୁଥିବା ନେଇ ପାଟପୁର ଥାନା ରେ ଅଭିଯୋଗ କରିଥିବା ଜଣାପଡ଼ିଛି ଏନେଇ ୪୭୨/୨୪ ମାମଲା ରୁଜୁ କରି ଏନେଇ ତଦନ୍ତ ଚାଲିଥିବା ଥାନାଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।