ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଗିରଫ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳର ଜନୈକ ନାବାଳିକା ସହିତ ଗଣ ଦୁଷ୍କର୍ମ ଅଭିଯୋଗରେ ବହଳଦା ପୋଲିସ ଦୁଇ ଜଣଙ୍କୁ ଗିରଫ କରିବାସହ ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ନାବାଳକକୁ ଅଟକ ରଖି ବାରିପଦାସ୍ଥ ଜୁଭେନିଆଲ କୋର୍ଟକୁ ସ୍ଥାନାନ୍ତରିତ କରିଛି ।
ସୂଚନାଯୋଗ୍ୟ ଯେ ୧୫ ତାରିଖ ଦିନ ସଂଧ୍ୟା ସମୟରେ ଏକ ନିଛାଟିଆ ସ୍ଥାନରେ ଜନୈକ ନାବାଳିକାକୁ ୪ଜଣ ଗଣ ଦୁଷ୍କର୍ମ କରିଥିବା ନେଇ ବହଳଦା ଥାନାରେ ୧୬ ତାରିଖ ଦିନ ପିଡିତାର ମା’ଲିଖିତ ଅଭିଯୋଗ କରିଥିଲେ ।ଏହକୁ ନେଇ ବହଳଦା ପୋଲିସ ତରଫରୁ ୮୮/୨୧ ମାମଲା ରୁଜୁ ହୋଇଥିଲା ।ମାମଲା ଅନୁସାରେ ପୋଲିସ ଶୁକ୍ରବାର ଦିନ ସକାଳେ ପୋଲିସ ଦୁଇ ନାବାଳକ ସମେତ ଚାରିଜଣଙ୍କୁ ଥାନାରେ ଅଟକ ରଖିତଦନ୍ତ କରିଥିଲା ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଦୁଇ ନାବାଳକକୁ ବାରିପଦା ଜୁଭେନିଆଲ କୋର୍ଟକୁ ସ୍ଥାନାନ୍ତର କରିଛି ।