ନାବାଳିକାକୁ ଗାଳିଗୁଲଜ ଅଭିଯୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ସାରଣା ଗ୍ରାମରେ ଏକ ସରକାରୀ ଜାଗାରେ ଗଛ କଟାକୁ କେନ୍ଦ୍ରକରି ଜଣେ ନାବାଳିକାକୁ ଗାଳି ଗୁଲଜ ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଗ୍ରାମର ମିହିର କୁମାର ସେଠୀ ଏକ ସରକାରୀ ଜାଗାରେ ଗତ ୩ତାରିଖ ଦିନ ଗୋଟିଏ ଜାମୁ ଗଛ ଓ ଗୋଟିଏ ଡିମ୍ବିର ଗଛକୁ କାଟୁଥିଲେ। ଅପରପକ୍ଷ ଏହାକୁ ବିରୋଧ କରିବା ସହ ତାଙ୍କର ନାବାଳିକା କନ୍ୟା ଗଛ କାଟିବାର ଭିଡିଓ ଉତ୍ତୋଳନ କରିଥିଲେ। ଏଥିରେ ମିହିର ଉତକ୍ଷିପ୍ତ ହୋଇ ନାବାଳିକା ଜଣକୁ ଗାଳିଗୁଲଜ କରିବା ସହିତ ଧମକ ଚମକ ମଧ୍ୟ ଦେଇଛନ୍ତି। ଏନେଇ ନାବାଳିକାଙ୍କ ବାପା ଗୁରୁଚରଣ ସେଠୀ ତହସିଲଦାର, ଆରଆଇ ଓ ଥାନାରେ ଲିଖିତ ଭାବେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ