ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର , ( ଯୁଗାବ୍ଦ ନ୍ୟୁଜ) : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ହରିପୁର ଗ୍ରାମରେ ଲୋମହର୍ଷଣକାରୀ ଘଟଣା ଘଟିଛି । ସୁକିନ୍ଦା ଥାନା ହରିପୁର ଗ୍ରାମର ମାଧବ ରାଉତଙ୍କ ପୁଅ ଜିତେନ୍ଦ୍ର ରାଉତ (୨୨) ସେହି ଗ୍ରାମର ଜଣଙ୍କ ଘରେ ପସି ନାବାଳିକା ଝିଅ(୧୬)ଙ୍କୁ ଦୁଷ୍କର୍ମ କରିଥିବା ସୁକିନ୍ଦା ଥାନରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଚଳିତ ମାସ ୧୭ ତାରିଖ ରାତ୍ରିରେ ଝିଅ ନିଜର ଘରେ ଏକାକି ଶୋଇଥିବା ସମୟରେ ଜିତେନ୍ଦ୍ର ତାଙ୍କ ଘରେ ପସି ଯୁବତୀଙ୍କୁ ବଳ ପୁର୍ବକ ଦୁଷ୍କର୍ମ କରିଥିଲେ। ପିଡିତାଙ୍କ କହିବା ଅନୁଯାୟୀ ଜିତେନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିବା ପରେ ଧମକ୍ ଦେଇଥିଲେ କି କାହାକୁ ନକହିବା ପାଇଁ। ପରେ ପିଡ଼ିତା ନିଜର କଷ୍ଟକୁ ସହି ନପାରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ ସୁକିନ୍ଦା ଥାନାରେ ୨୮ତାରିଖରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତିକରି ସୁକିନ୍ଦା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ତାଙ୍କ ଗ୍ରାମ ହରିପୁରରୁ ଗିରଫ କରିଛି। ପିଡିତା ଜଣଙ୍କ ନାବାଳିକା ହୋଇଥିବାରୁ ପୋକସୋ ଧାରା ଅନୁଯାୟୀ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲଣ କରିଛି ସୁକିନ୍ଦା ପୋଲିସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ