ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ନିକିରାଇ ଥାନା ଅଚଂଳର ଜନୈକ ୧୧ବର୍ଷ ବୟସର ନାବାଳିକାକୁ ଗତ ୧୮ତାରିଖ ସନ୍ଧ୍ୟାରେ ଦୁଷ୍କର୍ମ କରିଥିବା ସଂପୃକ୍ତ ଥାନାରେ ଅଭିଯୋଗ ହୋଇଥିଲା । ନିକିରାଇ ଥାନା ପୋଲିସ ସେହି ଅଭିଯୋଗ ଉପରେ ୧୧୩/୨୦୧୯ରେ ଆଇ.ପି.ସି.ର ଦଫା ୩୫୪(କ),୫୦୬ ଓ ୧୨ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ବୁଧବାର ସେହି ଥାନା ଅନ୍ତର୍ଗତ ବିଲମୁଗୁବାଡି (କେଳାସାହି) ଗ୍ରାମର ଅଭିଯୁକ୍ତ ପପୁ ଦାସ(୩୫)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କାବୁଲି ବାରିକଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ