ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ହାଟଡ଼ିହି, : ସୋସୋ ଥାନା ଅଧିନସ୍ଥ ଡଙ୍ଗାଚୁଆ ଗ୍ରାମର ଜଣେ ଯୁବକ ମିଠିଗାଁ ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି । ସୋସୋ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ନାଁ ବାଳିକାକୁ ଡାକ୍ତରୀ ପରୀକ୍ଷା ପାଇଁ ନେଇଥିବାବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଢ଼େଙ୍କା ପଞ୍ଚାୟତ ଡଙ୍ଗାଚୁଆ ଗ୍ରାମର ଗୋପୀନାଥ ମାରାଣ୍ଡି ନାମକ ଜଣେ ଯୁବକ ବିବାହିତ ହୋଇଥିବାବେଳେ ତାର ଏକ ଶିଶୁପୁତ୍ର ଅଛି । ମିଠିଗାଁ ଅଞ୍ଚଳର ଜଣେ ନାବାଳିକାଙ୍କ ପରିବାର ସହିତ ତାର ପୁର୍ବରୁ ପରିଚିତ ଥିଲା । ଗତ ବୁଧବାର ଦିନ ମିଠିଗାଁ ଅଞ୍ଚଳର ଜଣେ ନାଁ ବାଳିକା ଝିଅକୁ ନେଇ କୌଣସି କାମରେ ଆନନ୍ଦପୁର ଯାଇ ଫେରିବା ସମୟରେ ଗଡଚଣ୍ଡୀ ପାହାଡକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା । ଝିଅଟି ଘରକୁ ଫେରି ପରିବାର ଲୋକଙ୍କୁ ଏ ବାବଦରେ କହିବାପରେ ପରିବାର ଲୋକେ ଏନେଇ ସୋସୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ନାବାଳିକାକୁ ଡାକ୍ତରୀ ପରୀକ୍ଷା କରି ତଦନ୍ତ ଚଳାଇଥିବାବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ