ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ଥାନାରେ ଏତଲା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମର ନାବାଳିକା ଶୌଚହେବା ପାଇଁ ଯାଇଥିବା ବେଳେ ନିକଟସ୍ଥ ଗ୍ରାମର ଅନ୍ୟଜଣେ ନାବାଳକ ଉକ୍ତ ନାବାଳିକାକୁ ଜୋର ଜବରଦସ୍ତ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାକୁ ଦୁଷ୍କର୍ମ କରିବା ପରେ ନାବାଳକ ଜଣକ ଫେରାର୍‌ ହୋଇଯାଇଛି। ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଖଜୁରିପଡ଼ା ଥାନାରେ ଏତଲା ଦିଆଯାଇଛି। ଏଥିନେଇ ଖଜୁରିପଡ଼ା ଥାନା ପୁଲିସ୍ କେସ ନଂ ୮୪/୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଫେରାର୍‌ ଥିବା ନାବାଳକୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ