ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଦର୍ଶଥାନା ଅଞ୍ଚଳରେ ଏକ ନାବାଳିକା ଦୁଷ୍କର୍ମ ଘଟଣା ଘଟିଥିବା ଜଣାପଡିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଗତ ମାସ ୨୮ ତାରିଖରେ ଫୁଲବାଣୀ ପୌରାଞ୍ଚଳର ଜନୈକା ନାବାଳିକା ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ ନିକଟରେ ରହୁଥିବା ତାର ଜଣେ ସାଙ୍ଗ ଘରକୁ ଯାଉଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ଯୁବକ ତାକୁ ସାଙ୍ଗ ଘରେ ଛାଡିଦେବେ ବୋଲି କହି ଡାକି ନେଇଥିଲେ। ତେବେ ସେମାନେ ତାକୁ ସାଙ୍ଗ ଘରେ ଛାଡିବା ପରିବର୍ତ୍ତେ ଭେଟଖୋଲ ଜଙ୍ଗଲକୁ ନେଇଯାଇ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାର ବାପାଙ୍କ ଅଭିଯୋଗ ପ୍ରକାରେ ଟାଉନ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କୁମ୍ଭାରପଡାର ଅଗସ୍ତି ବେହେରା ଓ ସଦର ଥାନା ଅନ୍ତର୍ଗତ କଳାବାଘ ଜାମଝରୀ ଗ୍ରାମର ସୁରଥ ବେହେରା। ଏ ନେଇ ଟାଉନ ଥାନାରେ କେସ ନଂ ୧୬୬/୨୦ ରେ ଏକ ମାମଲା ରୁଜୁ କରାଯାଇଛି। ପୀଡ଼ିତାର ଡାକ୍ତରୀ ମାଇନା କରିବା ପରେ ତାକୁ ଜି ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ଆଶ୍ରୟ ଗୃହକୁ ପଠାଯାଇଥିବା ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ