ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ଜେଲ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗଜପତି ଜିଲ୍ଲା କୋର୍ଟ ୧୦ବର୍ଷ କାରାଦଣ୍ଡ ରାୟ ଦେଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲାର ଆର.ଉଦୟଗିରି ଥାନା କେସ୍ ନଂ ୫୩/୧୭ର ଜିଆର-୧୦/୧୭ ଶିବ ଶଙ୍କର ମହାଙ୍କୁଡ ପଦ୍ମପୁର ଗ୍ରାମର ୧୩ବର୍ଷ ନାବାଳିକାକୁ ବାହା ହେବାର ପ୍ରତିଶୃତି ଦେଇ ତାକୁ ବାରମ୍ବାର ଦୁଷ୍କର୍ମ କରୁଥିଲା । ଏଥିରେ ନାବାଳିକାଟି ଗର୍ଭବତୀ ହୋଇଥିଲା । ଏହି ଘଟଣାକୁ ଲୁଚାଇବା ପାଇଁ ଶିବ ଶଙ୍କର ମହାଙ୍କୁଡ ଗର୍ଭ ନଷ୍ଟ କରିବା ପାଇଁ ବିଭିନ୍ନ ଔଷଧ ପ୍ରଦାନ କରିଥିଲା । ପରେ ଏହି ଘଟଣା ନାବାଳିକାର ପରିବାର ଜାଣିବାପରେ ବିଗତ ୩୧.୭.୨୦୧୭ ତାରିଖରେ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ମକଦ୍ଧମା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେହି ଦିନଠାରୁ କୋର୍ଟରେ ମାମଲାଟି ବିଚାରାଧିନ ଥିଲା । ଗତକାଲି ଏହାର ରାୟ ପ୍ରକାଶ ପାଇଛି । ଗଜପତି ଜିଲ୍ଲା ଅତିରିକ୍ତ ଦୌରା ଜର୍ଜ ଅରୁଣ ସାହୁ ରାୟରେ ୧୦ବର୍ଷ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ୧୦ ହଜାର ଟଙ୍କା ଅନାଦେୟ ହେଲେ ଅଧିକା ୬ମାସ କାରା ଦଣ୍ଡ ରାୟ ଦେଇଛନ୍ତି ।