ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୭ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନା ଦେୟ ଅଧିକ ୬ମାସ ଦଣ୍ଡ ଭୋଗିବାକୁ ରାୟରେ ଶୁଣାଇଛନ୍ତି। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା କେସ ନମ୍ବର ୪୯/୧୫ରେ ନାବାଳିକା ଦୁଷ୍କର୍ମ ମାମଲାର ପୀଡିତା ଓ ଅନ୍ୟ ସାକ୍ଷୀ ଓ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ‌କୋର୍ଟ ମାମଲାର ଶୁଣାଣୀ କରିଛନ୍ତି।ସୂଚନା ପ୍ରକାରେ ୨୦୧୫ ମେ’ ମାସ ୧୭ ତାରିଖ ଦିନ ଗୋଟାଏ ସମୟରେ ନାବାଳିକା ଜଣଙ୍କ ଶୌଚ ପାଇଁ ଯାଇ ଘରକୁ ଫେରୁଥିବା ସମୟରେ ଏକୁଟିଆ ଥିବାର ସୁଯୋଗ ନେଇ  ଅଭିଯୁକ୍ତ ନାବାଳିକାର ମୁହଁରେ ଗାମୁଛା ଦେଇ ତାକୁ  ଅପହରଣ କରିଥିଲା। ଏହା ପରେ ଏକ ନିରୋଳା ସ୍ଥାନକୁ ନେଇ ତାକୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣଙ୍କ ଅଚେତ ହୋଇ ଯିବାରୁ ତାକୁ ନେଇ ଏକ ନୂଆରେ ତିଆରି ହେଉଥିବା ଘରେ ପକାଇଦେଇ ପଳାଇଯାଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ ଖୋଜି ପାଇ ତାକୁ ଘରକୁ ବୋହି ଆଣି ପଚାରିବାରୁ ନାବାଳିକା ଜଣଙ୍କ ସବୁକଥା କହିଥିଲା ଓ ସବୁକଥା ଶୁଣିଲା ପରେ ନାବାଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ