ନାବାଳିକାକୁ ଧର୍ଷଣ ଅଭିଯୋଗରେ ଅଭିଯୁକ୍ତ ଗିରଫ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି । ନାବାଳିକାକୁ ଜଣେ ବ୍ୟକ୍ତି ଧର୍ଷଣ କରିଥିବା ନେଇ ପରିବାର ପକ୍ଷରୁ ମୋହନା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଉକ୍ତ ପଂଚାୟତର ଜଣେ ବ୍ୟକ୍ତିଙ୍କୁ ମୋହନା ପୁଲିସ ଏକ ମାମଲା ୧୦୦/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି ।


