ନାବାଳିକାକୁ ବଳତ୍କାର ଅଭିଯୋଗ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ବାମେବାରୀ ଥାନା ଅଂଚଳରେ ଜୈନେକ ୧୬ ବର୍ଷିୟା ନାବାଳିକାଙ୍କୁ ବଳତ୍କାର କରାଯାଇଥିବା ବୁଧବାର ସନ୍ଧ୍ୟାରେ ବାମେବାରୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ବାମେବାରୀ ଥାନା ଅଂଚଳର ଏହି ନାବାଳିକାଙ୍କୁ ୨ଦିନ ପୂର୍ବରୁ ବଳତ୍କାର କରାଯାଇଥିଲା । ଏନେଇ ବୁଧବାର ଅଭିଯୋଗ ହେବା ପରେ ପୋଲିସ କେଶ ନଂ ୧୪୪/୨୦୧୯ ରୁଜୁ କରି ତଦନ୍ତ କରୁଛି । ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ