ନାବାଳିକାକୁ ବଳତ୍କାର ଓ ନିର୍ଯ୍ୟାତନା ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ

ଯୋଡ଼ା – କେନ୍ଦୁଝର ଜିଲା ଯୋଡା ସହରରେ ଜୈନେକା ଜଣେ ନାବାଳିକାଙ୍କୁ ବଳତ୍କାର ଓ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୋଲିସ ରବିବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଯୋଡା ସହରରେ ମୁଖାର୍ଜୀ ହଟିଂରେ ରହୁଥିବା ବିକାଶ ପ୍ରଧାନ ଘଟଗାଁ ଅଂଚଳର ଜଣେ ନାବାଳିକାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ବିକାଶ ପ୍ରଧାନ ଉକ୍ତ ନାବାଳିକାଙ୍କୁ ଦେଢ ମାସ ତଳେ ଯୋଡା ଆଣି ମୁଖାର୍ଜୀ ହଟିଂରେ ଏକ ଭଡା ଘରେ ରଖିଥିଲେ । ଏହି ଖବର ପାଇ ଯୁବକ ବିକାଶ ପ୍ରଧାନର ମା କୁନି ପ୍ରଧାନ ଓ ମାମୁଁ ତ୍ରିଲୋଚନ ଗିରି ଉକ୍ତ ଭଡା ଘରକୁ ଯାଇଥିଲେ । ଯେହେତୁ ନାବାଳିକା ଜଣକ ଅନୂସୂଚିତ ଓ ଜନଜାତି ସଂପ୍ରଦାୟର ହୋଇଥିବାରୁ ସେମାନେ ଜାତିଆଣ ଭାବ ଆକ୍ଷେପ କରି ନାବାଳିକାଙ୍କୁ ଗାଳିଗୁଲଜ କରିବା ସହିତ ଶାରିରୀକ ନିର୍ଯ୍ୟାତନା ଦେଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ଗତ ତା ୦୪/୧୨/୨୦୧୯ ରିଖରେ ଯୋଡା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ କେଶ୍ ନଂ ୨୧୦/୨୦୧୯ ଦଫା ୩୭୬,୫୦୬ ଆଇପିସି , ୪(୬) ପୋସ୍କୋ ୮, ୩(୧)(ଙ୍ଘ) ଏସି ଏସ୍‌.ଟି ଆକ୍ଟ ରୁଜୁ କରି ଅଭିଯୁକ୍ତ ବିକାଶ ପ୍ରଧାନ , କୁନି ପ୍ରଧାନ ଓ ତ୍ରିଲୋଚନ ଗିରିଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ