ନାବାଳିକାକୁ ବଳତ୍କାର ପରେ ହତ୍ୟା, ଅଭିଯୁକ୍ତ ନାବାଳକ ଅଟକ

ଯୋଡା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୬ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଜଣେ ନାବାଳକ ଦୁଷ୍କର୍ମ କରିବା ପରେ ବାଡିରେ ପିଟି ପିଟି ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟ୍‌ି କରିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଶନିବାର ପୂର୍ବାହ୍ନ ସମୟରେ ଉକ୍ତ ଗ୍ରାମର ଜଣେ ୬ ବର୍ଷୀୟା ନାବାଳିକାକୁ ସେହି ଗ୍ରାମରେ ରହୁଥିବା ଜଣେ ନାବାଳକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଉକ୍ତ ନାବାଳିକାକୁ ଜଣକୁ ଗ୍ରାମ ନିକଟ ଜଙ୍ଗଲକୁ ଡାକି ନେଇ ସେଠାରେ ବଳତ୍କାର କରିଥିଲା । ପରେ ଏକ ବାଡିରେ ନାବାଳିକା ଜଣକୁ ପିଟି ପିଟି ହତ୍ୟା କରିଥିବା ଶନିବାର ସନ୍ଧ୍ୟାରେ ନାବାଳିକାଙ୍କ ପରିବାର ଲୋକେ ବାମେବାରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବଡବିଲ୍ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡା ଆଇଆଇସି ରାଇସେନ୍ ମୁୁର୍ମୁ , ବାମେବାରୀ ଥାନା ଓଆଇସି ଅମିତାବ ଦାସ ଘଟଣାସ୍ଥଳରେ ପହନଚି ଘଟଣାର ଜାଂଚ କରିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ପୋଲିସ କେଶ୍ ନଂ ୪୮/୨୦୨୦ ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ନାବାଳକକୁ ଅଟକ ରଖିବା ସହିତ ଏହି ଘଟଣାରେ ଅଭିଯୁକ୍ତ ନାବାଳକଙ୍କ ସମେତ ଆଉ କିଛି ଲୋକ ହତ୍ୟାକଣ୍ଡରେ ସଂପୃକ୍ତ ଥିବା ସନ୍ଦେହ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଓଆଇସି ଅମିତାବ୍ ଦାସ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ