ନାବାଳିକାଙ୍କୁ ଅସଦାଚାରଣ ଓ ଦୁର୍ଷ୍କମ ଉଦ୍ୟମ ଅଭିଯୋଗ ସର୍ମ୍ପକୀୟ ଭିଣୋଇ ଅଟକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ଅଂଚଳରେ ମଙ୍ଗଳବାର ପୂର୍ବାହ୍ନରେ ଜୈନିକା ନାବାଳିକାଙ୍କୁ ଅସଦାଚାରଣ ଓ ଦୁର୍ଷ୍କମ ଉଦ୍ୟମ କରିବା ଅଭିଯୋଗରେ ହିଞ୍ଜିଳି ପୁଲିସ ସର୍ମ୍ପକୀୟ ଭିଣୋଇଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ତେବେ ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ପୂର୍ବାହ୍ନରେ ଯୁବକ ଜଣକ ଶଶୁର ଘର ଗ୍ରାମକୁ ଯାଇଥିଲେ । ଶଶୁର ଘର ଗ୍ରାମରେ ଜୈନିକା ୧୦ ବର୍ଷ ବୟସ୍କା ନାବାଳିକାକୁ ଏକୁଟିଆ ପାଇ ଅସଦାଚାରଣ କରିବା ସହ ବଳପୂର୍ବକ ଓ ଦୁର୍ଷ୍କମ ଉଦ୍ୟମ କରିଥିଲେ । ନାବାଳିକାଙ୍କ ପରିବାର ସଦସ୍ୟ ଘଟଣା ଜାଣିବା ପରେ ଘଟଣା ନେଇ ଗ୍ରାମର ଭଦ୍ରଲୋକଙ୍କୁ ଜଣାଇଥିଲେ । ଘଟଣା ନେଇ ଭଦ୍ରବ୍ୟକ୍ତଙ୍କ ସହାୟତାରେ ଗ୍ରାମରେ ବୈଠକ କରାଯାଇ ଦୁର୍ଷ୍କମ ଉଦ୍ୟମ କରିଥିବା ସର୍ମ୍ପକୀୟ ଭିଣୋଇଙ୍କୁ ୧ଲକ୍ଷ ଯଙ୍କା ଜୋରିମାନା କରାଯାଇଥିବା ଜଣାପଡ଼ିଛି । ତେବେ କୌଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଦୁର୍ଷ୍କମ ଉଦ୍ୟମକାରୀ ଭିଣୋଇଙ୍କୁ ଥାନାକୁ ଆଣି ଥାନାରେ ଅଟକ ରଖାଯାଇଥିବା ଥାନା ଆଇଆଇସି ଦାସ କହିଛନ୍ତି । ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ