ନାବାଳିକାଙ୍କୁ କୁକର୍ମ ଅଭିଯୋଗ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ନାରୀ ନିର୍ଯ୍ୟାତନା, କୁକର୍ମ ଭଳି ସମ୍ବେଦନଶୀଳ ଘଟଣା ଉପରେ ସଚେତନ ଏବଂ ରୋକ ଲଗାଇବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ଯୋଜନା ଓ ଆଇନ ପ୍ରଣୟନ କରିଛନ୍ତି । ସମାଜରେ ଅବହେଳିତ ଓ ଦୁର୍ବଳ ମହିଳା ଓ ନାବାଳିକା ମାନଙ୍କ ସୁରକ୍ଷା ନିମନ୍ତେ ‘ବେଟି ବଚାଅ- ବେଟି ବଢାଅ’ ସହ ବିଜୁ କନ୍ୟା ରତ୍ନ ଯୋଜନା ଗୁଡ଼ିକୁ ତୃଣମୁଳ ସ୍ତରରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଛି । ବାସ୍ତବ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ କଡ଼ାକଡ଼ି ସତ୍ୱେ ଏହି ଅମାନବୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବରଂ କାମୁକ ନର ରାକ୍ଷସଙ୍କ ଲୋଲୁପ ଦୃଷ୍ଟିରୁ ବର୍ତି ପାରୁ ନାହାନ୍ତି ଅସହାୟ ଅବଳା ଓ ଦୁର୍ବଳା । ଏଥି ପାଇଁ କଠୋର ଦଣ୍ଡବିଧାନ ରହିଥିଲେ ମଧ୍ୟ ଏହି କାମୁକ ଶ୍ରେଣୀର ବ୍ୟକ୍ତି ମାନେ ଆଇନ ଓ ଦଣ୍ଡବିଧାନକୁ ଖାତିର ନକରି କୁକର୍ମ କରିବାକୁ ପଛଘୁଂଚା ଦେଉନାହାନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ଘଟିଛି । ହିଞ୍ଜିଳି ଥାନା ଅଂଚଳର ଜଣେ ପ୍ରାୟ ୧୦ ବର୍ଷର ନାବାଳିକାଙ୍କୁୁ ସେହି ଗ୍ରାମର ଜଣେ ୬୫ ବୟସ୍କ ବୃଦ୍ଧ ବଳପୂର୍ବକ କୁକର୍ମ କରିଥିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସବୁଠାରୁ ଉଦବେଗର ବିଷୟ ପିଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତେ କୁକର୍ମକାରୀଙ୍କୁ ଘଂଟ ଘୋଡ଼ାଇବା ସକାଶେ ସ୍ଥାନୀୟ ଅଂଚଳର କିଛି ରାଜନୈତିକ ବ୍ୟକ୍ତି ଉଦ୍ୟମ ଜାରୀ ରଖିଥିଲେ । ପ୍ରକାଶ ଯେ, ଗତ ଶନିବାର ଅପରାହ୍ନରେ ହିଞ୍ଜିଳି ଥାନା ଅଂଚଳର ଜଣେ ନାବାଳିକା ବଜାର ସଉଦା କରିବାକୁ ଘର ନିକଟସ୍ଥ କିରାଣୀ ଦୋକାନକୁ ଯାଇଥିଲେ । ଉକ୍ତ ସମୟରେ ଦୋକାନରେ କେହି ନଥିବାର ସୁଯୋଗ ନେଇ ଦୋକାନୀ ମାଲିକ ନାବାଳିକାଙ୍କୁ ଏକାକୀ ପାଇ ଆଶାଳୀନ ଇଙ୍ଗିତ କରିବା ସହ ବଳପୂର୍ବକ କୁକର୍ମ କରିଥିଲେ । ଘଟଣା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ଘରକୁ ଫେରିଥିଲେ । ସାହି ପଡ଼ୋଶୀଙ୍କ ଠାରୁ ଖବର ପାଇ ନାବାଳିକାଙ୍କ ମା ଘରକୁ ଫେରି ଝିଅକୁ କାନ୍ଦିବାର କାରଣ ପଚାରିଥିଲେ ମଧ୍ୟ ନାବାଳିକା ଜଣକ କୌଣସି ଉତର ଦେଇନଥିଲେ । ରବିବାର ଘଟଣା ନେଇ ନାବାଳିକା ଜଣକ ମା’ଙ୍କୁ ଘଟଣା ବିଷୟରେ କହିଥିଲେ । ଲୋକଲଜ୍ୟା ଭୟରେ ନାବାଳିକାଙ୍କ ମା’ ଚୁପ ରହିଥିଲେ । ପରେ ଘଟଣା ଗ୍ରାମରେ ପ୍ରଘଟ ହେବା ପରେ ଗ୍ରାମର କିଛି ରାଜନୈତିକ ବ୍ୟକ୍ତି ଘଟଣା ଚପାଇ ଦେବାକୁ ଉଦ୍ୟମ କରିଥିଲେ । ବୁଧବାର ରାତିରେ ନାବାଳିକାଙ୍କ ମା ସାହସ ଜୁଟାଇ ହିଞ୍ଜିଳି ଥାନାରେ ପଂହଚି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ଥାନାରେ ନଂ- ୩୨୫/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ