ନାବାଳିକାଙ୍କୁ ଧରି ଫେରାର ହୋଇଯାଇଥିବା ଯୁବକଙ୍କୁ ନିସ୍ତୁକ ମାଡ

ଯୋଡ଼ା (ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲା ଯୋଡା ସହର କମାରଯୋଡା ହୁଡି ସାହିର ଜଣେ ନାବାଳିକାଙ୍କୁ ନେଇ ଫେରାର ହୋଇଯାଇଥିବା ଯୁବକଙ୍କୁ ଗୁରୁବାର ଦିନ ସ୍ଥାନୀୟ ଲୋକେ ଧରି ନିସ୍ତୁକ ମାରିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଯୋଡା ପୋଲିସ ଗୁରୁବାର ସନ୍ଧ୍ୟା ୫.୩୦ ରେ ଉଦ୍ଧାର କରି ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତି କରିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଯୋଡା ଆଇଡିବିଆଇ ବ୍ୟାଙ୍କ ନିକଟରେ ରହୁଥିବା ଯୁବକ ରଂଜିତ ପାତ୍ର ହୁଡି ସାହିର ୧୩ ବର୍ଷିଆ ଜଣେ ନାବାଳିକାଙ୍କୁ ଗତ ମଙ୍ଗଳବାର ଦିନ ନେଇ ଫେରାର ହୋଇଯାଇଥିଲା । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଯୋଡା ଥାନରେ ଲିଖିତ ଅଭିଯୋଗ କରାଯାଇଥିବା ନାବାଳିକାଙ୍କ ବାପା କହିଛନ୍ତି । ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରି ଗୁରୁବାର ଦିନ ନାରଦପୁର ଗ୍ରାମରୁ ଉଭୟଙ୍କୁ ଧରି ଘରକୁ ଆଣିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଫେରାର କରିନେଇଥିବା ଯୁବକ ରଂଜିତ ପାତ୍ରକୁ ନିସ୍ତୁକ ମାଡ ମାରିଥିଲେ । ଏ ସମ୍ପର୍କରେ ଯୋଡା ଥାନା ଆଇଆଇସିଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ