ନାବାଳିକାଙ୍କୁ ପ୍ରତାରିତ କରିଥିବା ଯୁବକ ବାଙ୍ଗାଲୁରରୁ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଗୁରାଣ୍ଡି ଥାନା ପକ୍ଷରୁ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ସହରରୁ ଜଣେ ଯୁବକ ବି.ଧନଞ୍ଜୟଙ୍କୁ ଗିରଫ କରି ଆଣିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗିରଫ ହୋଇଥିବା ଯୁବକ ଜଣକ ଗୁରାଣ୍ଡିଥାନା ଅଞ୍ଚଳର ଜୈନେକ ନାବାଳିକାଙ୍କୁ ବିଭାହର ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ମାତ୍ର ପରେ ସେ ତାଙ୍କୁ ପ୍ରତାରିତ କରି କେଉଁଆଡେ ଚାଲିଯାଇଥିଲେ । ଏ ସମ୍ପର୍କରେ ନାବାଳିକାଙ୍କ ପକ୍ଷରୁ ଗତ ୨୨.୧୨.୨୦୧୯ ତାରିଖ ଦିନ ଏକ ଲିଖିତ ଅଭିଯୋଗ ଗୁରାଣ୍ଡି ଥାନାରେ କରାଯାଇଥିଲା । ସେତେବେଳେ ଏହି ଘଟଣାକୁ ନେଇ ୧୦୬/୧୯ ନମ୍ବରରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରୀ ରହିଥିଲା । ଗୁରାଣ୍ଡି ପୋଲିସ ପକ୍ଷରୁ ଥାନା ଅଧିକାରୀ ମୁକେଶ ଲାକ୍ରା କୌଣସି ସୂତ୍ରରୁ ଖବରପାଇ ତାଙ୍କୁ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ମଧ୍ୟ ଗୁରାଣ୍ଡି ଥାନା ଅଧିକାରୀ ସୂତ୍ରରୁ ପ୍ରକାଶ ।


