ନାବାଳିକାଙ୍କ ମୃତ୍ୟୁ ସାପ କାମୁଡିବା ଥିବା ଅଭିଯୋଗ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନା ଅଧୀନ ନୁଆଁ ଗୋଛାବାଡି ଗ୍ରାମ ବଡ଼ସାହିର ଦେବରାଜ ପ୍ରଧାନଙ୍କ ସାନ ଝିଅ ପିଙ୍କି ପ୍ରଧାନ (୧୭)ଙ୍କ ମୃତ୍ୟୁ ହୋଇଛି l ପିଙ୍କିକୁ ମଧ୍ୟରାତ୍ରରେ ବିଷଧର ସାପ କାମୁଡିବା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି, ସୂଚନା ପ୍ରକାରେ ଗତ ଶନିବାର ଦିନ ମୃତକ ପିଙ୍କି ପରିବାର ସହ ଖାଇପିଇ ରାତରେ ସୋଇଥିଲେ l ମଧ୍ୟରାତ୍ରରେ ଡାହାଣ ହାତର ମଧ୍ୟଭାଗକୁ ଆଘାତ ଲାଗିବାରୁ ହଠାତ ଉଠିଯାଇ ପରିବାରକୁ ଜଣାଇଥିଲେ l ହାତରେ କ୍ଷତ ଚି଼ହ୍ନ ଓ ମୃତ ପିଙ୍କିଙ୍କ କହିବାନୁଯାଇ ଏକ ବିଷଧର ଶାପ ତାଙ୍କୁ କାମୁଡ଼ିଥିବାରୁ ସଙ୍ଗେସଙ୍ଗେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତି କରିଥିଲେ l ପିଙ୍କିଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ଡାକ୍ତର ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିଲେ l ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଥିଲେ l ଡାକ୍ତର ସେଠାରେ ପିଙ୍କିକୁ ମୃତ ଘୋଷଣା କରିଥିଲେ l ମୃତ୍ୟୁ ବେଳକୁ ପିଙ୍କିର ଓଠ, ଆଖି ଓ ଶରୀର କଳା ପଡିଯିବାରୁ କୌଣସି ଏକ ବିଷଧର ଶାପ ଆଘାତ କରିବାରୁ ମୃତ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି l ବାପା ଦେବରାଜଙ୍କ ଏତଲାକ୍ରମେ ବ୍ରହ୍ମପୁର ସ୍ଥିତ ବିଏନପୁର ପୋଲିସ ପହଂଚି ଅପମୃତ ମାମଲା ୬୬୩/୨୪ପ୍ରକାରେ ଶବକୁ ଜବତ କରିଛି l ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ମୃତକଙ୍କ ବାପା ଦେବରାଜ ସୂଚନା ଦେଇଛନ୍ତି l
ଦେବରାଜଙ୍କ ପରିବାର ଚାଷୀ ପରିବାର ହୋଇଥିବାରୁ ପିଙ୍କି ଦଶମ ଶ୍ରେଣୀ ପାସ କରି ଘରେ ରୋଷେଇ କାର୍ଯ୍ୟରେ ସାହାଯ୍ୟ କରୁଥିଲେ l ମୃତକ ଜଣେ ଶାନ୍ତ,ସରଳ ଥିବାରୁ ପିଙ୍କିଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି l