ନାବାଳିକାର ଆତ୍ମହତ୍ୟା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ବାବୁଲା ଗୌଡ଼ଙ୍କ 17 ବର୍ଷୀୟା ନାବାଳିକା ଝିଅ କୌଣସି କାରଣରୁ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛି I ଆଜି ବାବୁଲା ଏବଂ ତାର ସ୍ତ୍ରୀ ପ୍ରତିଦିନ ଭଳି ଜମିକୁ ଚାଷ କରିବାକୁ ଯାଇଥିଲେ I ସେମାନେ ଦିନ ଗୋଟାଏ ବେଳେ ଘରକୁ ଆସିବା ପରେ ଝିଅ ତାଙ୍କୁ ଖାଇବାକୁ ଦେଇଥିଲା I ସେମାନେ ଖାଇ ସାରିବା ପରେ ପୁଣି ଜମିକୁ ଚାଷ କାମ କରିବାକୁ ଚାଲିଯାଇଥିଲେ I ଚାରିଟା ବେଳେ ଘରର ଉଭୟ ପଟୁ କବାଟ ବନ୍ଦ କରି ଝିଅ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲା I ଏହା ଝିଅର ପଡ଼ିଶା ଘର ଖୁଡି ଜାଣିବା ପରେ ବାବୁଲା ଏବଂ ତାର ସ୍ତ୍ରୀକୁ ଖବର ଦେବାରୁ ସେମାନେ ଆସି ଝିଅକୁ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲ୍ କୁ ଆଣିଥିଲେ I ସେଠାରେ ଡ଼ାକ୍ତର ନାବାଳିକା ଝିଅକୁ ମୃତ ଘୋଷଣା କରିଥିଲେ I ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି I ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ I ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁଁ I ନାବାଳିକା ଝିଅଟି ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟରେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ I ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ