ନାବାଳିକା ଅପହରଣ ଅଭିଯୋଗ

ହାଟଡିହି(ଜୁଗାବ୍ଦ ନ୍ୟୁଜ୍‍): ହାଟଡ଼ିହି ବ୍ଲକ୍ ମଧୁରଗଢ଼ିଆ ଗ୍ରାମର ଏକ ନାବାଳିକା ଯୁବତୀକୁ ଅପହରଣ କରି ନେଇଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ମଧୁରଗଢ଼ିଆ ଗ୍ରାମର କୁନ ଦାସ ଝିଅକୁ ସେହି ଗ୍ରାମର ଶଶୀକାନ୍ତ ଜେନା ନାମକ ଯୁବକ ଅପହରଣ କରି ନେଇ ଯାଇଛି । ଏହାକୁ ନେଇ ନନ୍ଦିପଦା ଥାନାରେ ଝିଅର ମାଆ ଭାନୁମତୀ ଦାସ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇ ଏକ ମୋକଦ୍ଦମା ରୁଜୁ କରିଥିବା କୁହାଯାଇଛି । ତେବେ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଏବଂ ଚୁପ ହୋଇ ବସିଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି ବୋଲି ଜଣାପଡିଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଅଭିଯୁକ୍ତକୁ ଗିରଫ କରିବାକୁ ସାଧାରଣରେ ଦୃଢ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ