ନାବାଳିକା ଅପହରଣ ଅଭିଯୋଗରେ ଜଣେ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ ଉଦୟଗିରି ପୋଲିସ ଏକ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ପ୍ରକାଶ ଯେ ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତର ଏକ ନାବାଳିକା ଝିଅକୁ ଜି.ଉଦୟଗିରି ବ୍ଲକର  ଜଣେ ୨୧ ବର୍ଷର ଯୁବକ ଅପହରଣ କରି ନେଇଥିବା ନେଇ ଘୁ. ଉଦୟଗିରି  ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତିକରି ଜି.ଉଦୟଗିରି ପୋଲିସ ଉକ୍ତ ଯୁବକ କୁ ଗିରଫ କରିଥିଲେ।ଏନେଇ କେଶ ନଂ.୩୭/୨୨ ଓ ଧାରା ୩୬୩,୩୬୬,୩୭୬(୨)(ଏନ୍),୩୭୬(୩) ଆଇପିସି ଆର ଡବ୍ଲ୍ୟୁ ୬ ପୋଷ୍କ ଧାରା ଅନୁଯାୟୀ ଗିରଫ କରି  ଫୁଲବାଣି ଜୁଭେନାଇଲ କୋର୍ଟକୁ ଚାଲାଣ ହୋଇଥିବା ବେଳେ ଏସଆଇ ସ୍ବାଗତିକା ବେହେରାଙ୍କୁ ତଦନ୍ତ ଦିଆଯାଇଥିବା ନେଇ ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ