ନାବାଳିକା ଅପହରଣ ନେଇ ମିଥ୍ୟା ଅଭିଯୋଗ

ବଲାଙ୍ଗିର, (ଯୁଗାବ୍ଦ ନ୍ୟୁଜ):ମୁରିବାହାଲ ଥାନା ଗୋଇମୁଣ୍ଡ ପଂଚାୟତ ଅଂଚଳରେ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ମିଥ୍ୟା ଅଭିଯୋଗ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ ତୁର୍ଛାକାନି ଗାଁର ଦିପକ ସରାଫ ଓ ମୁଖ୍ୟ ଅପହରଣକାରୀ କୁହାଯାଉଥିବା ଚନ୍ଦନ ସରାଫଙ୍କ ନାମରେ ଥାନା କେସ୍ ନଂ-୩୯/୨୩(ତା ୭-୩-୨୩ ରିଖ) ରୁଜୁ କରାଯାଇଛି । ମାତ୍ର ଚନ୍ଦନ ସରାଫଙ୍କ ନାମରେ ଯେଉଁ ନାବାଳିକା ଅପହରଣ ମାମଲା ଦିଆଯାଇଛି ତାହା ସଂପୂର୍ଣ୍ଣ ମିଥ୍ୟା,କପୋଳକଳ୍ପିତ ଓ ମନଗଢ଼ା ବୋଲି ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ପାଲଟା ଅଭିଯୋଗ କରିବା ସହିତ ମୋ ପୁଅ ଘରେ ଅଛି ଏବଂ ଯେଉଁ ନାବାଳିକା କଥା କୁହାଯାଉଛି ସେ ପ୍ରକୃତରେ ସାବାଳିକା ଏହା ସେ ଝିଅ ଭିଡିଓ ବକ୍ତବ୍ୟ ଜାରି କରିବା ସହିତ ସେ ସ୍ୱଇଛାରେ ଦିପକ ନାମକ ଜଣେ ଯୁବକଙ୍କ ସହିତ ଯାଇଥିଲେ ବୋଲି ଉଭୟ ଭିଡିଓ ବାର୍ତାରେ ବକ୍ତବ୍ୟ ରଖିଛନ୍ତିି । ଅଧିବକ୍ତା ତଥା ସମାଜସେବୀ ଉମାକାନ୍ତ ତାଣ୍ଡି ମତବ୍ୟକ୍ତ କରି କହିଛନ୍ତି ଯେ ପୁଲିସ ସତ୍ୟାସତ୍ୟ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଅଯଥାରେ ଚନ୍ଦନ ସରାଫଙ୍କ ଚରିତ୍ର ସଂହାର ନ କରିବାକୁ ସ୍ଥାନୀୟ ଜନସାଧାରଣ ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ