ନାବାଳିକା ଅପହରଣ , ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ

କଳାହାଣ୍ଡି(ଯୁଗାବ୍ଦ ନ୍ୟୁଜ ) ଜଣେ ୧୬ ବର୍ଷିଆ ନାବାଲିକାକୁ ଜଣେ ଯୁବକ ଅପହରଣ ବଳାତ୍କାର ପରେ ମୁମୁର୍ଷୁ ଅବସ୍ଥାରେ ଆଣି ଫିଙ୍ଗିଦେଇ ଚାଲିଯିବା ପରେ ଖବର ପାଇ କୋକସରା ପୋଳିସ ଉଦ୍ଧାର କରି ଚିକିତ୍ସା ପାଇଁଁ କୋକସରା ଡାକ୍ତରଖାନା ରେ ଭର୍ତି କରିଥିବା ଜଣାପଡିଛି। ସୁଚନାମତେ କୋକସରା ଥାନା ସାରଙ୍ଗପଡା ଗ୍ରାମର କେଦାର ନାଏକ ଙ୍କ ନାବାଳିକା ଝିଅ କୁ ଗତ ଦୁଇଦିନ ତଳେ କାଶିବାହାଲ ଗ୍ରାମର ଯୁବକ ବିଶ୍ବ ସରାବୁ କିଛି ସାଙ୍ଗରେ ଅପହରଣ କରି ନେଇ ଯାଇଥିବା ବେଳେ ନାବାଳିକା ସହିତ ଦୁଷ୍କର୍ମ କରିବା ସହ ଆଜି ସକାଳରେ ସାରଙ୍ଗପଡା ଗାଁ ନିକଟରେ ମୁମୁର୍ଷୁ ଅବସ୍ଥାରେ ଫିଙ୍ଗିଦେଇ ଚାଲି ଯାଇଥିବା ନେଇ ଝିଅ ର ବାପା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ କୋକସରା ପୋଲିସ ପିଡିତା ନାବାଳିକା କୁ ଉଦ୍ଧାର କରି ଚିକିତ୍ସା ପାଇଁଁ କୋକସରା ଡାକ୍ତରଖାନା ରେ ଭର୍ତି କରି ତଦନ୍ତ ଚଲାଇଥିବା ଥାନା ଅଧିକାରି ଉତ୍ତମ ସାହୁ ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ