ନାବାଳିକା ଉଦ୍ଧାର, ଅପହରଣକାରୀ ଗିରଫ

ରାଇରଙ୍ଗପୁର , (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅଂଚଳରେ ପବିତ୍ର ରଥଯାତ୍ରା ଦିବସରେ ଜନୈକ ନାବାଳିକା ଅପହରଣ ହୋଇଥିଲା । ଗତ ୨୪ ତାରିଖ ଦିନ ନାବାଳିକାର ପିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ମାମଲା ୯୪/୨୦ରୁଜୁ ହୋଇଥିଲା । ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ରେଣୁବାଳା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଯାଜପୁର କଳିଙ୍ଗନଗର ଡୁବୁରି ଅଂଚଳରେ ଶୁକ୍ରବାର ଦିନ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସମେତ ଅପହରଣକାରୀକୁ ଗିରଫ କରିଥିବା ଜଣାପଡିଛି । ତେବେ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ