ନାବାଳିକା ଉଦ୍ଧାର, ଜଣେ ଅଟକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଅପହରଣ ହୋଇ ନିଖୋଜଥିବା ନାବାଳିକା ଜଣଙ୍କୁ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଉଦ୍ଧାର ପରେ ନାବାଳିକାଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଯୋଗାଯୋଗ ବେଳେ ଛତ୍ରପୁର ଥାନା ଆଇଆଇସି ସତ୍ୟ ରଂଜନ ପ୍ରଧାନ ସୂଚନା ଦେଇଛନ୍ତି । ଅପହରଣ କରିଥିବା ଯୁବକଙ୍କୁ ପୋଲିସ ଥାନା ରେ ଅଟକ ରଖି ପଚରାଉଚୁରା କରୁଛନ୍ତି । ତଦନ୍ତ ସରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଛତ୍ରପୁର ଅଂଚଳର ଜଣେ ନାବାଳିକା ଝିଅ ଜଣେ ଯୁବକ ଅପହରଣ କରିନେଇଥିବା ଏବଂ ତାର ଖୋଜଖବର ମିଳୁନଥିବା ନେଇ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ୨୧ ତାରିଖରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା । ଏହି ଏତଲାକୁ ଭିତି କରି ଛତ୍ରପୁର ଥାନା ପୋଲିସ ପକ୍ଷରୁ ଆଇପିସି ର ୩୬୩ ଧାରାରେ ଏକ ମାମଲା (ନଂ-୪୮୬/୨୧) ରୁଜୁ କରି ତଦନ୍ତ ଚଳାଇଥିଲେ । ପରେ ଉକ୍ତ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଏଥିରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଧରି ଆଣି ଥାନାରେ ଅଟକ ରଖିଛନ୍ତି ।