ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଜୋରିମାନା ସହ ଆଜୀବନ ସଶ୍ରମ କାରାଦଣ୍ଡାଦେଶ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାର ବିଚାର କରି ଲିପୁନ୍ ନାୟକ(୨୪)କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତ୍ତମାହା ଅଞ୍ଚଳର। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟର ସରକାରୀ ଓକିଲ ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ। ସୂଚନା ଅନୁସାରେ, ପୀଡ଼ିତା ଜଣକ ନିଜ ବାପାଙ୍କ ସହ ଗତ ୨୮.୦୬.୨୦୧୮ରିଖ ସନ୍ଧ୍ୟା ପ୍ରାୟ ୬ଘଟିକା ସମୟରେ ପର୍ତୁମାହାଠାରୁ କେର୍କେବାଡିକୁ ଫେରୁଥିଲେ। ପିତା ଶାରୀରିକ ଅକ୍ଷମ ବ୍ୟକ୍ତି ହୋଇଥିବାରୁ ପୀଡିତା ୩୦୦ ମିଟର ଆଗରେ ଯାଉଥିଲେ। ଅଭିଯୁକ୍ତମାନେ ଏହାର ସୁଯୋଗ ନେଇ ପୀଡିତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ବାପା ଶାରୀରିକ ଅକ୍ଷମ ଯୋଗୁଁ ଝିଅକୁ ଉଦ୍ଧାର କରି ନପାରି ଗାଁ ଲୋକମାନଙ୍କୁ ଖବର ଦେଇଥିଲେ। ଗାଁ ଲୋକ ପୀଡ଼ିତାଙ୍କୁ ଅଭିଯୁକ୍ତମାନଙ୍କ କବଳରୁ ଉଦ୍ଧାର କରିଥିଲେ। ଏ ସଂକ୍ରାନ୍ତରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ବାପା। ଥାନାରେ କେସ ନଂ ୮୫/ ୨୦୦୧୮ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଲିପୁନ୍‌‌ ସହିତ ଜଣେ ନାବାଳକକୁ ଅଦାଲତରେ ହାଜର କରିଥିଲେ ଏବଂ ବିଚାରପତି ମାମଲା ର ବିଚାର କରି ଜଣେ ସାବାଳକ ଅଭିଯୁକ୍ତ ଥିବା ଲିପୁନ୍‌‌ ନାୟକକୁ ଉପରୋକ୍ତ ରାୟ ଶୁଣାଇଛନ୍ତି । ୧୩ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଆଦିକୁ ଭିତ୍ତି କରି ଏହି ଦଣ୍ଡାଦେଶ ଦେଇଛନ୍ତି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟଜଣେ ନାବାଳକ ବୋଲି ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ